ଓଡିଶା

ରବୀନ୍ଦ୍ର ମଣ୍ଡପରେ ପାଳିତ ହେବ ଜାତୀୟ ମତଦାତା ଦିବସ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଚଳିତ ଜାନୁୟାରୀ ୨୫ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁନୀଲ କୁମାର ଲୋହନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଅଗାମୀ ପିଢିର ନୂତନ ଭୋଟରଙ୍କୁ ଭୋଟଦାନ ଅଧିକାର ସଂପର୍କରେ ସଚେତନ କରାଇବା ସହ ଗଣତନ୍ତ୍ରକୁ ମଜଭୁତ କରାଇବା ଲକ୍ଷ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ , ବକୃତା , କୁଇଜ ଓ ପୋଷ୍ଟର ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ବରିଷ୍ଠ ଓ କନିଷ୍ଠ ବିଭାଗରେ ଭଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରତିଯାଗିତା ଅନୁଷ୍ଠିତ ହେବ । ବରିଷ୍ଠ ଓ କନିଷ୍ଠ ବିଭଗରେ ଭଉୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରତିଯୋଗିତା ହେବ ଓ କୁଇଜ ପ୍ରତିଯୋଗିତା ଇଂରାଜୀ ଭାଷାରେ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଳାପାଳ ସୀତାଂଶୁ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହାୟତାରେ ପ୍ରବନ୍ଧ , ବକ୍ତୃତା ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯାଗିତା ସଂସ୍କୃତି ବିଶ୍ୱବିଦ୍ୟାଳୟ ସହାୟତାରେ ଅନୁଷ୍ଠିତ ହେବ । ଏହି ଅବସରରେ ଜାତୀୟ ସେବା ସଂସ୍ଥା , ସ୍କାଉଟ ଓ ଗାଇଡ଼ର ଛାତ୍ରୀଛାତ୍ରୀମାନେ ଏକ ଶୋଭାଯାତ୍ରା ମାଷ୍ଟରକାଣ୍ଟିନ ଛକରୁ ବାହାରି ରବୀନ୍ଦ ମଣ୍ଡପଠାରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ମତଦାନ ଅଧିକାର ଓ ଗଣିତନ୍ତ୍ରର ଦୃଢତା ସଂପର୍କରେ ବ୍ୟାପକ ସଚେତନତା ନିମନ୍ତେ ସହରର ପ୍ରମୁଖ ସ୍ଥାନମାନଙ୍କରେ ବିଏମସି ତରଫରୁ ବଡ଼ ବଡ଼ ହୋଡ଼ିଂ ଲାଗାଯିବା ବୋଲି ବୈଠକରେ ସ୍ଥିର କରାଯାଇଛି ।

Related posts

ବିଜେପୁରରେ ବିଜେଡି ଉପରେ ବର୍ଷିଲେ ବୈଜୟନ୍ତ

Report

ଅମ୍ପନ ପ୍ରଭାବ,ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା

Report

୨୨କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

Report

Leave a Comment