ପୁରୀ ଜିଲ୍ଲାପାଳଙ୍କ ଦୀପାବଳି ଭେଟି

0

ଗୋପ/ ଜୟନ୍ତ ସେଠୀ: ପୁରୀ ଜିଲ୍ଲାପାଳ ଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସୋମବାର ଦିନ ଅନ୍ତବାସୀମାନଙ୍କ ସହ ଜିଲ୍ଲାପାଳ ମିଶିବା ସହ ସେମାନଙ୍କୁ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆହ୍ୱାନ ଦେଇଥିଲେ । ସେମାନଙ୍କ ଆବଶ୍ୟକତା, ଅଭାବ ଓ ଅସୁବିଧା ବାବଦରେ ମଧ୍ୟ ଅବଗତ ହୋଇଥିଲେ । ପିଲାମାନେ ପିକନିକ ରେ ଯିବାପାଇଁ ବ୍ୟବସ୍ଥା କରିବାକୁ ସେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହିତ ଉତ୍କଳ ବାଳାଶ୍ରମର ଅଧିକ୍ଷକ ଶ୍ରୀ ସାରଙ୍ଗ ମହାପାତ୍ର, ଶିଶୁ ମଗଂଳ ସମିତି ସଦସ୍ୟ ଶ୍ରୀ ଶକ୍ତିପଦ ମିଶ୍ର, ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ ନାରାୟଣ ଶତପଥୀ ଶିଶୁ ସୁରକ୍ଷା ୟୁନିଟ ଓ ଉତ୍କଳ ବାଳାଶ୍ରମର ସମସ୍ତ କର୍ମଚାରୀ କାର୍ୟ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।