ନୂଆଦିଲ୍ଲୀ : ଆଗକୁ ଦେଶର ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି ୟୁ ୟୁ ଲଳିତ ସର୍ବୋଚ୍ଚ ବିଚାରପତିର ୭୪ ଦିନିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନଭେମ୍ବର୮ରେ ଅବସର ନେବେ ୪୯ତମ ବିଚାରପତି । ତେବେ ନଭେମ୍ବର ୯ରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଶପଥପାଠ କରିବା ସହ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
୨୦୧୬ ମସିହା ମେ ୧୩ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାପୂର୍ବରୁ ସେ ଅକ୍ଟୋବର ୩୧, ୨୦୧୩ ମସିହାରେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ନ୍ୟାୟିକ ବୃତ୍ତି କ୍ୟାରିୟର ୨୦୦୦ ମସିହା ମାର୍ଚ୍ଚ ୨୯ତାରିଖଠାରୁ ଆଲ୍ଲାବାଦ ବିଚାରପତି ହେବା ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ଜର୍ଜ ହିସାବରେ ଆରମ୍ଭ କରିଥିଲେ । ତେବେ ସେ ୧୯୮୮ମସିହାରୁ ବମ୍ବେ ବେଂଚରେ ନିଯୁକ୍ତ ହେବା ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଥିଲେ ।
ସେ ଜୁନ ୧୯୮୮ ରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ବରିଷ୍ଠ ଆଡ଼ଭୋକେଟ ଭାବରେ ନିଯୁକ୍ତ ହୋଇ ଆଇନ ଅଭ୍ୟାସ କରିଥିଲେ । ତେବେ ଆଜି ଜଷ୍ଟିସ ୟୁ ୟୁ ଲଳିତ ସଭାରେ ଚନ୍ଦ୍ରଚୂଡ଼ଙ୍କ ନାମ ନେଇଛନ୍ତି । ଏହାପୂର୍ବରୁ ନୁଥାଲପତି ଭେଙ୍କଟ ରମଣ ୟୁ ୟୁ ଲଳିତଙ୍କୁ ବିଚାରପତି ରୂପେ ଚୟନ କରିଥିଲେ । ଆଗରୁ ଚର୍ଚ୍ଚାର ବିଷୟ ପାଲଟିଥିଲା କିଏ ହେବ ୫୦ତମ ପ୍ରଧାନ ବିଚାରପତି । ଚନ୍ଦ୍ରଚୂଡ଼ ହିଁ ଜଣେ ବରିଷ୍ଠ ତଥା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଷେଶ ଥିଲେ । ଯାହାକୁ ସନ୍ଦେହ ରେ ରଖାଯାଇଥିଲା । ଏବେ ୟୁ ୟୁ ଲଳିତ ୫୦ତମ ପ୍ରଧାନ ବିଚାରପତି ଭାବେ ଚୟନ କରିଛନ୍ତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ।