ଚନ୍ଦ୍ରଭାଗା ବେଳାଭୂମିରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

0

ପୁରୀ: (ଜୟନ୍ତ କୁମାର ସେଠୀ) କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ବେଳାଭୂମିରୁ ଏକ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ର କୂଳରେ ତଦାରଖ ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ପୋଲିସ କର୍ମଚାରୀ ସମୁଦ୍ର ପାଣି ଭିତରୁ ଉପରକୁ ଆଣିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଯୁବକଙ୍କ ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଥିବାବେଳେ କେହି ଏହି ଯୁବକକୁ ହତ୍ୟା କରି ସମୁଦ୍ରରେ ଭସାଇ ପଳାଇଥିବା ସନ୍ଦେହ ପ୍ରକାଶ ପାଇଛି।

ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପ।ରି ନାହିଁ। ମୃତ ଯୁବକଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଜଣା ପଡ଼ୁଛି। ତେବେ ଚନ୍ଦ୍ରଭାଗା ପୋଲିସ ୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।