ଭଡା ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

0

ସାଲେପୁର/ ତାରାକାନ୍ତ ନୟକ: ଭଡା ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ । କଟକ ଜିଲ୍ଲା ସାଲେପୁର ସହର କଲେଜ ରୋଡରେ ଏକ ଭଡା ଘରେ ରାଧାଶ୍ୟାମଙ୍କ ପତ୍ନୀ କୌଣସି କାରଣରୁ ବେକରେ ଧୋତି ଲଗାଇ ଆତ୍ମହତ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋସଣା କରିଛନ୍ତି । ରାଧେଶ୍ୟାମ ନାୟକ , ତାଙ୍କ ପତ୍ନୀ ପ୍ରମିଳା ନାୟକ ଓ ତାଙ୍କର ଏକମାତ୍ର ପୁଅ ଦିର୍ଘ ଦିନ ହେବ ଏହି ଭଡାଘରେ ରହିଆସୁଛନ୍ତି । ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ବୋଲି କୁହାଯାଉଛି ।। ଖବର ପାଇ ମେଡିକାଲ ରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।