ସାଇକେଲ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

0

(ଦୀପକ ମିଶ୍ର) ଉଦଳା: ନିଜ ସାଇକେଲ ଦୋକାନରେ କାମ କରୁଥିବା ବେଳେ ଜଣେ ଦୋକାନୀଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଡିମଗଡିଆ ଗ୍ରାମରେ ।
ଉୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମଗଡିଆ ଗ୍ରାମ ଛକ ନିକଟରେ ସୁନାରାମ ସୋରେନଙ୍କ ସାଇକେଲ ରିପେୟାରିଂ ଦୋକାନ ରହିଛି । ସବୁଦିନ ପରି ଗତକାଲି ସୋରେନ ତାଙ୍କ ଦୋକାନରେ କାମ କରୁଥିବା ବେଳେ ଦୁଇ ଜଣ ଯୁବକ ଦୋକାନୀଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ କରିଥିଲେ । ସୋରେନଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ôଚ ଆକ୍ରମଣକାରୀଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଆହତ ସୋନଙ୍କୁ ଚିକିତ୍ସା ପାଇଁ ଉଦଳ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି । ପୁଲିସ ଖବର ପାଇ ଏହାର ତଦନ୍ତ ଚଳାଇଛି ।