(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆଉ ବୃଦ୍ଧି ହେବ ନାହିଁ ସର୍ବକ୍ଷମା ଆବେଦନ । ଲୋକଙ୍କୁ ପର୍ୟ୍ୟାପ୍ତ ସୁଯୋଗ ଦେଇଛୁ । ପ୍ରଥମେ ଫେବୃୟାରୀ ପର୍ୟ୍ୟନ୍ତ ଥିଲା । ପୁଣିଥରେ ୧୫ ଦିନ ବୃଦ୍ଧି କରାଯାଇଛି । ଫଳରେ ଆଉ କିଛିଦିନ ବୃଦ୍ଧି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି । ଏଣିକି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
କିନ୍ତୁ ପୁଣି ଥରେ ସର୍ବକ୍ଷମା ଆବେଦନର ସମୟ ସୀମା ବୃଦ୍ଧି ନେଇ ଦାବି କରିଛନ୍ତି ବିରୋଧୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସନ୍ତୋଷ ସିଂ ସାଲୁଜା ।
previous post