ପ୍ରିୟ ଖଗେଶ୍ୱରଙ୍କ ପରଲୋକ

0

ସୋନପୁର/ଓମପ୍ରକାଶ ମିଶ୍ର: ଆଜି ବିଜେପିର କାର୍ୟ୍ୟକର୍ତ୍ତା ପ୍ରିୟ ଖଗେଶ୍ୱର ମହାକୁର(୨୬)ଙ୍କ ପରଲୋକ ହୋଇଛି। ସେ ଜଣେ କନିଷ୍ଠ କିନ୍ତୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଥିଲେ। ତାଙ୍କ ଆବର୍ତ୍ତମାନରେ ସୋନପୁର ଗ୍ରାମୀଣ ମଣ୍ଡଳ ଭାରତୀୟ ଜନତା ପାର୍ଟିରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ହୋଇଛି ବୋଲି ବିଜେପିର ବରିଷ୍ଠ ନେତା ବଳଦେବ ବେଦବାକ ପ୍ରକାଶ କରିଛନ୍ତି। ସେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।