ପରଲୋକରେ ସିପିଆଇ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀ

0

(ଦିଲ୍ଲୀ ): ପରଲୋକରେ ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀ । କରୋନାରେ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଥିବା ସୂଚନା । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ବାପା ସୀତାରାମ ୟେଚୁରୀ। ସେ ନିଜେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି, ବହୁତ ଦୁଃଖର ସହିତ ସୂଚନା ଦେବାକୁ ପଡ଼ୁଛି ଯେ, ମୋର ବଡ଼ ପୁଅ ଆଶିଷ ୟେଚୁରୀଙ୍କର ଆଜି ସକାଳେ କରୋନା ଯୋଗୁ ଦେହାନ୍ତ ହୋଇଛି। ଯେଉଁମାନେ ଆମକୁ ଭରସା ଦେଇଥିଲେ ଏବଂ ପୁଅର ଚିକିତ୍ସା କରିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ – ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ଆମ ପାଖରେ ଠିଆ ହୋଇଥିବା ବନ୍ଧୁମାନେ। “