Reporters Today
  • Home
  • ଅପରାଧ
  • ବିହାର ମଦ ମୃତ୍ୟୁ ଘଟଣାରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ
ଅପରାଧ

ବିହାର ମଦ ମୃତ୍ୟୁ ଘଟଣାରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ପାଟନା: ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଗୋପାଳଗଞ୍ଜ ଅଦାଲତ ଖଜୁରିବାନି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଫାଶୀ ସହ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ୯ ପୁରୁଷ ଓ ୪ ମହିଳା ଥିଲେ । ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ଦୃଷ୍ଟିଶକ୍ତି ହରାଇଥିଲେ ।
୨୦୧୬ ଅଗଷ୍ଟରେ ଗୋପାଳଗଞ୍ଜ ଥାନା ଅଧୀନ ଖଜୁରିବାନୀରେ ଏହି ବିଷାକ୍ତ ମଦ ପିଇବାରୁ ବହୁ ଲୋକ ଅସୁସ୍ଥ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ସହ ୬ ଜଣ ଦୃଷ୍ଟିଶକ୍ତି ହରାଇଥିଲେ । ଏହି ଘଟଣା ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ପୁଲିସ ଜରୁରିବାନୀ ଗାଁରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ନଗିନା ପାସି, ରୂପେଶ ଶୁକ୍ଳାଙ୍କ ସହିତ ମୋଟ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅ।।ଜି ଏହି ଘଟଣାରେ କୋର୍ଟ ରାୟ ଦେଇଛନ୍ତି ।

 

Related posts

ଭିଜିଲାନ୍ସ ଟିମ ହାତରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ

Report

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

Report

ପୋଲିସ ହାବୁଡରେ ଗଞ୍ଜେଇ ବେପାରୀ

Report

Leave a Comment