ବାପପୁଅଙ୍କ ସମ୍ପର୍କକୁ ନେଇ ହାଇ କୋର୍ଟଙ୍କ ବଡ ବୟାନ

0

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ସବୁଠୁ ପବିତ୍ର ବାପା ଆଉ ପୁଅର ସମ୍ପର୍କ । ଆଉ ସେହି ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ପୁଅ ସାବାଳକ ଅର୍ଥାତ ତାକୁ ୧୮ ବର୍ଷ ହେବା ପରେ ବି ଗୋଟିଏ ବାପର କର୍ତ୍ତବ୍ୟ ସରିନଥାଏ । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ହାଇକୋର୍ଟ, ଦିଲ୍ଲୀ । ପରବର୍ତ୍ତୀ ଶିକ୍ଷା ଏବଂ ଅନ୍ୟାନ୍ୟ ବାବଦ ବ୍ୟୟ ଏକାକୀ ମା ଉପରେ ଦେଇ ହେବନି ତେଣୁ ପିତାଙ୍କୁ ମଧ୍ୟ ଏହି ଦାୟିତ୍ୱ ତୁଲାଇବାକୁ ପଡିବ ବୋଲି କହିଛନ୍ତି ହାଇକୋର୍ଟ । ବାପା ମାଙ୍କୁ ମାସିକ ୧୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।