ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଚଳିତ ବର୍ଷ ଜେଇଇ ଆଡାଭାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଆୟୋଜିତ ହେବ ଜେଇଇ ଆଡାଭାନ୍ସ ପରୀକ୍ଷା ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ପରୀକ୍ଷାକୁ ଆୟୋଜନ କରିବ ଆଇଆଇଟି ଖହଗପୁର । ବିଭିନ୍ନ ଆଇଆଇଟିରେ ଆଡିମିଶନ ପ୍ରକ୍ରିୟା ଓ ଯୋଗ୍ୟତା ସମ୍ବନ୍ଧିତ ସୂଚନା ମଧ୍ୟ ସେୟାର କରିଛନ୍ତି ଶିକ୍ଷାମନ୍ତ୍ରୀ । ଛାତ୍ରଙ୍କ ସୁବିଧା ପାଇଁର୍ ଏଥର ୭୫ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ରଦ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଶିକ୍ଷା ମନ୍ତ୍ରୀ ସୋଶାଲ ମିଡିଆରେ ଜେଇଇ ମେନ୍ ତାରିଖ ଘୋଷଣା କରିଥିଲେ। ପରୀକ୍ଷା ୪ଟି ପର୍ୟ୍ୟାୟରେ ଅର୍ଥାତ୍ ଫେବୃଆର ୨୩ରୁ ୨୬, ମାର୍ଚ୍ଚ ୧୫ରୁ ୧୮, ଏପ୍ରିଲ୍ ୨୭ରୁ ୩୦ ଏବଂ ମେ’ ୨୪ରୁ ୨୭ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ।
ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଜରିଆରେ ଦେଶର ୨୩ଟି ପ୍ରତିଷ୍ଠିତ ଆଇଆଇଟି ସଂସ୍ଥାରେ ପ୍ରବେଶ ମିଳିଥାଏ। ଜେଇଇ ମେନ୍ ପରୀକ୍ଷାରେ ଭଲ ଫଳାଫଳ କରିଥିବା ଛାତ୍ରଙ୍କୁ ହିଁ ଜେଇଇ ଆଡଭାନ୍ସଡ୍ ଦେବାକୁ ସୁଯୋଗ ମିଳିଥାଏ। ଗତମାସ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ ଜେଇଇ ମେନ୍ ପରୀକ୍ଷା ବର୍ଷକୁ ଚାରିଥର ଆୟୋଜିତ ହେବ।
Edit by Sushree Biswajeeta