ଶ୍ରୀଲଙ୍କା ଉପରେ ଭାରୀ ପଡିଲେ ଦୀପକ

0

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଭାରତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତ । ଏଥି ସହ ସିରିଜକୁ ମଧ୍ୟ ନିଜ ନାମରେ କରି ନେଇଛି ଶିଖର ସେନା । ଏହି ବିଜୟର ହିରୋ ସାଜିଥିଲେ ବୋଲର ଦୀପକ ଚହର । କିନ୍ତୁ ବୋଲିଂରେ ନୁହେଁ ନିଜ ବ୍ୟାଟିଂ ଦକ୍ଷତାରେ । ଏକଦା ଅସମ୍ଭବ ଲାଗୁଥିବା ମ୍ୟାଚକୁ ଏକାକୀ ଶ୍ରୀଲଙ୍କା ହାତରୁ ଛଡାଇ ଆଣିଥିଲେ ଦୀପକ । ଶ୍ରୀଲଙ୍କା ଦଳକୁ ୩ ୱିକେଟରେ ପରାସ୍ତ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି ଦୀପକ ଚହର । ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

Sri Lanka vs India, 2nd ODI: Deepak Chahar Scripts India's Series-Sealing Win Over Sri Lanka | Cricket News
ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୫୦ ଓଭରରେ ଚରିଥ ଅସଲଙ୍କାଙ୍କ ୭୦ ରନ ଏବଂ ଅବିଷ୍କା ଫର୍ଣ୍ଣାଣ୍ଡୋଙ୍କ ୫୦ ରନ ସାହାଯ୍ୟରେ ଦଳ ୯ ୱିକେଟ ବିନିମୟରେ ୨୭୫ ରନ ସଂଗ୍ରହ କରିପାରିଥିଲା । ଏବେ ମ୍ୟାଚ ସହ ସିରିଜ ଜିତିବା ପାଇଁ ଭାରତ ସାମନାରେ ଥିଲା ୨୭୬ ରନ । ତେବେ ଭାରତ ପ୍ରଥମ ମ୍ୟାଚର ବ୍ୟାଟଂ ସଫଳତାରେ ବିଫଳ ହୋଇତିଲା । ଯୁବ ଓପନର ପୃଥ୍ୱୀ ଶ’ ମାତ୍ର ୧୩ ରନ କରି ପାଭିଲିୟନ ଫେରିଥିଲେ । ୨୮ ରନରେ ପ୍ରଥମ ୱିକେଟ ହରାଇଥିବା ଭାରତ ଆଗାମୀ ୧୦ ରନ ଭିତରେ ଇଶାନ କିଶାନଙ୍କ ରୂପରେ ହରାଇଥିଲା ନିଜର ଦ୍ୱିତୀୟ ୱିକେଟ । ମାତ୍ର ୪ ବଲ ଖେଳି ୧ ରନ କରିବାରେ ସକ୍ଷମ ହୋଇଥିଲେ ୱିକେଟ କିପର ଇଶାନ କିଶାନ । ଏହିଭଳି ଭାବରେ ଭାରତ ତାର ଗୋଟିଏ ପରେ ଗୋଟିଏ ୱିକେଟ ଶ୍ରୀଲଙ୍କା ବୋଲରଙ୍କୁ ସମର୍ପି ଦେଇଥିଲା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଆଶାର କିରଣ ପାଲଟିଥିଲେ । ମନୀଷ ପାଣ୍ଡେଙ୍କ ସହ ମିଶି ୫୦ ରନର ଭାଗିଦାରୀ କରି ସେ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ହେଁ ମନୀଷ ଦୁର୍ଭାଗ୍ୟ ବଶତଃ ରନ ଆଉଟ ହୋଇଥିଲେ । ପରେ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିରାଶ କରିଥିଲେ । ତେଣୁ ମାତ୍ର ୧୧୬ ରନ ଭିତରେ ଭାରତର ଅଧା ୱିକେଟ ପତନ ହୋଇଯାଇଥିଲା । ଏହାପରେ କୃନାଲ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଦଳକୁ ପୁଣି ସଂକଟରୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କୃନାଲଙ୍କ ୩୫ ଏବଂ ସୂର୍ଯ୍ୟକୁମାରଙ୍କ ପ୍ରଥମ ଅର୍ଦ୍ଧଶତକ ଫଳରେ ଭାରତୀୟ ଦଳ ୧୯୩-୭ ଥିଲା । ଯେଉଁଠି ମ୍ୟାଚ ଜିତିବା ଅସମ୍ଭବ ଲାଗୁଥିଲା ।

Sri Lanka vs India: Deepak Chahar recalls Rahul Dravid's motivational words after heroic 69 in 2nd ODI - Sports News
ଏହାପରେ ଆର ପ୍ରେମଦାସା ଷ୍ଟାଡିୟମରେ ଆସିଥିଲା ଦୀପକ ଝଡ । ବୋଲିଂରେ ୨ ୱିକେଟ ନେବା ପରେ ଏବେ ସମୟ ଥିଲା ବ୍ୟାଟିଂ ଦକ୍ଷତା ଦେଖାଇବାର । ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ସହ ମିଶି ଅଷ୍ଟମ ୱିକେଟ ପାଇଁ ୮୪ ରନର ଭାଗିଦାରୀ କରିଥିଲେ ଦୀପକ ଚହର । ଧୈର୍ଯ୍ୟ ସହ ବ୍ୟାଟିଂ କରି କ୍ରିଜରେ ସେଟ ହେବା ପରେ ସେ ଆରମ୍ଭ କରିଥିଲେ ବଡ ସଟ ଖେଳିବା । ଭାରତକୁ ମ୍ୟାଚ ଜିତାଇବା ସହ ଦୀପକ ବ୍ୟକ୍ତିଗତ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅପରାଜିତ ୬୯ ରନର ଏକ ମ୍ୟାଚ ଜିତାଉ ପାରି ଖେଳିଥିଲେ ଦୀପକ ଚହର । ଏହି ପାରି ବଳରେ ଦୀପକ ଶ୍ରୀଲଭ୍କା ହାତରୁ ମ୍ୟାଚ ଛଡାଇ ଆଣି ଭାରତ ହାତରେ ଧରାଇ ଦେଇଛନ୍ତି । ଯାହା ଫଳରେ ଭାରତ ୪୯.୧ ଓଭରରେ ୩ ୱିକେଟରେ ମ୍ୟାଚ ସହ ସିରିଜ ମଧ୍ୟ ନିଜ ନାମରେ କରିଛି ।