ଫିଲ୍ମ ‘ପଠାନ୍’ରେ ଦୀପିକାଙ୍କ ରିଅଲ୍ ଷ୍ଟଣ୍ଟ ଦେଖିବେ ଦର୍ଶକ
ବଲିଉଡରେ ଷ୍ଟଣ୍ଟ କରିବାକୁ ବହୁତ ଭଲପାଆନ୍ତି ଦୀପିକା ପାଦୁକୋନ । ଫିଲ୍ମ ‘ପଠାନ୍’ରେ ଦର୍ଶକ ଦୀପିକାଙ୍କର ରିଅଲ୍ ଷ୍ଟଣ୍ଟ ଦେଖିବାକୁ ପାଇବେ ।
(ମୁମ୍ବାଇ) : ବଲିଉଡରେ ଷ୍ଟଣ୍ଟ କରିବାକୁ ବହୁତ ଭଲପାଆନ୍ତି ଦୀପିକା ପାଦୁକୋନ । ଫିଲ୍ମ ‘ପଠାନ୍’ରେ ଦର୍ଶକ ଦୀପିକାଙ୍କର ରିଅଲ୍ ଷ୍ଟଣ୍ଟ ଦେଖିବାକୁ ପାଇବେ । ‘ପଠାନ୍’ରେ ଦୀପିକାଙ୍କ ସହ ଶାହରୁଖ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶାହରୁଖ ମଧ୍ୟ କିଛି ଆକ୍ସନ୍ ସିକ୍ୱେନ୍ସର ସୁଟିଂ ନିଜେ କରିବେ ।
ସୂଚନାନୁଯାୟୀ , ଆଥ୍ଲେଟ୍ ପରିବାରରୁ ଆସିଥିବାରୁ ଏହା ତାଙ୍କ ରକ୍ତରେ ରହିଛି । ତା’ଛଡ଼ା ଫିଲ୍ମ ‘ଚାନ୍ଦିନୀ ଚୌକ୍ ଟୁ ଚାଇନା’ରେ ଆକ୍ସନ୍ ମାମଲାରେ ବଲିଉଡ୍ର ଖିଲାଡ଼ି କୁମାର ମଧ୍ୟ ତାଙ୍କ ପାଇଁ ପ୍ରେରଣା ଥିଲେ । ସେ ପରଦାରେ ଅନେକ ଆକ୍ସନ୍ ସିନ୍ ସୁଟ୍ କରିଥିଲେ । କିନ୍ତୁ ଦୀପିକାଙ୍କ ପାଇଁ ଏହା ନୂଆ ଥିଲା। ପର୍ଫେକ୍ଟ ଆକ୍ସନ୍ ସିନ୍ ପାଇଁ ସେ ଖୁବ୍ ପରିଶ୍ରମ କରିଥିଲେ ।