ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

0

ମୁମ୍ବାଇ : ଆଜି ହେଉଛି ବିଶ୍ୱ ମାନସିକ ଦିବସ । ଏହିଦିନକୁ ନେଇ ଅନେକ କଳାକାର ମାନେ ନିଜ ନିଜ ମତ ଦେଇଥିବା ବେଳେ ଦୀପିକା ପାଦୁକୋଣ ନିଜ ଜୀବନର ଅନୁଭୂତି ସେୟାର କରିଛନ୍ତି । ତବେ ଦୀପିକା ୨୦୧୫ରେ ତାଙ୍କର ଉଦାସୀନତା ବିଷୟରେ କହିଥିଲେ । ଉଦାସୀନତାରେ ତାଙ୍କର ଦିନ ରାତି କଟୁଥିବା ବେଳେ ଦୀପିକାଙ୍କ ମାଆ ତାଙ୍କର ଏହି ଲକ୍ଷଣକୁ ଜାଣିପାରିଥିଲେ । ସେ କହିଛନ୍ତି କଠିନତା କଣ ମୁଁ ଜାଣିପାରେ ହେଲେ କାହା ଆଗରେ ପ୍ରକାଶ କରିପାରେ ନାହିଁ । କାରଣ ନିଜେ ତାହାକୁ ତୁରନ୍ତ ବୁଝିପାରୁନଥିଲେ ।

ସେ ନିଦ୍ରାରେ ଶୟନ କରୁଥିଲେ ହେଲେ ଉଠିବାର ଅନୁଭବ କରିପାରୁନଥିଲେ । ସବୁବେଳେ ଭୟଭୀତ ହୋଇ ରହୁଥିଲେ । ଦୀପିକା ପାଦୁକୋଣଙ୍କୁ ଆଲାରାମର ଶବ୍ଦ ଆଦୌଂ ପସନ୍ଦ ନୁହେଁ । ଶେଷରେ ତାଙ୍କର ଏହି ଉଦାସୀନ ବିଷୟରେ ଜଣଙ୍କ ସହ କଥା ହୋଇ ମାନସିକ ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ସେ ଏହି କଥାକୁ ଏକ ସାକ୍ଷାତକାର ଶୋ ଇଣ୍ଟରଭ୍ୟୁରେ ଜଣାଇଥିଲେ । ଦୀପିକା ଅନ୍ୟମାନଙ୍କୁ ଏହି ମାନସିକ ରୋଗରୁ ରକ୍ଷା କରିବା ପାଇଁ ଲାଇଭ ଲଭ ଲାଫ ଫାଉଣ୍ଡେସନ ଆରମ୍ଭ କରିଥିଲେ । ଶେଷରେ ସେ କହିଛନ୍ତି ଶାରୀରିକ ସ୍ୱାସ୍ଥ୍ୟ ଭଳି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ।