ଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନ

ଅଗଷ୍ଟ ୩୧ରେ କଟ ଅଫ ମାର୍କ

0

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବା ପରେ ଯୁକ୍ତ ତିନିରେ ନାମ ଲେଖା ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୧ ତାରିଖରୁ ୨୫ ତାରିଖ ଯାଏ ନାମଲେଖା ଲାଗି ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ତେବେ ଅଗଷ୍ଟ ୩୧ ତାରିଖରେ କଟ ଅଫ ମାର୍କ ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୨ରୁ ୫ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଶେଷରେ ୧୬ ତାରିଖରେ ଖାଲି ଥିବା ସିଟର ତାଲିକା ପ୍ରକାଶ ପାଇବ। ପୂର୍ବରୁ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଆଜି କଳା ରେଜଲ୍ଟ ପ୍ରକାଶ ପାଇଛି। କଳାରେ ତେବେ ଚଳିତବର୍ଷ ଯୁକ୍ତ ଦୁଇ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଥିବାବେଳେ, ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସହାର ସବୁଠୁ ନିରାଶଜନକ ରହିଛି।