ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ

0

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କୁ ହତ୍ୟା ଧମକ ।ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଜୀବନରୁ ମାରିଦେରବାକୁ ଧମକ ଦେଇଛି | ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ସ୍ୱତେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ତେବେ ଅଭିଯୁକ୍ତ ଜଣକ ମୁଣ୍ଡକା ଅଞ୍ଚଳରେ ରହୁଥିବା ୩୮ ବର୍ଷୀୟ ଯୁବକ ଜୟପ୍ରକାଶ ବୋଲି ଜଣା ପଡିଛି |ଯୁବକ ଜଣକ ସୋମବାର ବିଳମ୍ବିତ ରାତିରେ ଫୋନରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହତ୍ୟା ଧମକ ଦେଇଛନ୍ତି । ତେବେ ପୋଲିସ ଯୁବକକୁ ଏଯାଏଁ ଗିରଫ କରିନାହାନ୍ତି | କାହିଁକି ନା ଯୁବକ ଜଣକର ମାନସିକ ଅବସ୍ଥା ଭଲ ନାହିଁ । ସେ ଜଣେ ମାନସିକ ବିକୃତ ରୋଗୀ । ଏବଂ ଦିଲ୍ଲୀର ଗୁଲାବିବାଗରେ ତାଙ୍କ ଚିକିତ୍ସା ଚାଲିଛି | ମାନସିକ ରୋଗୀ ହେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିନଥିବା କହିଛି |