ଟ୍ୟାକ୍ସି ଓ ଅଟୋ ଡ୍ରାଇଭରଙ୍କୁ ୨ ମାସ ଯାଏଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବେ ସରକାର

0

(ଦିଲ୍ଲୀ) : କରୋନାର ଦ୍ଵିତୀୟ ଲହରୀ ଉପରେ ବ୍ରେକ୍ ଲଗାଇବା ପାଇଁ ଦିଲ୍ଲୀ ସରକାର ଏପ୍ରିଲ ୧୯ରେ ଏକ ସପ୍ତାହ ଯାଏଁ ଲକଡାଉନ ଘୋଷଣା କରିଥିଲେ। ହେଲେ ସ୍ଥିତି ନସୁଧୁରିବାରୁ ଏହାକୁ ଆଉ ୭ ଦିନ ବୃଦ୍ଧି କରାଯାଇଛି। ତେବେ ଏହି ଲକଡାଉନ ବେଳେ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହା ଅତ୍ୟନ୍ତ ଲାଭଦାୟକ । ଏହି ମଧ୍ୟରେ କେଜ୍ରିୱାଲ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ୭୨ ଲକ୍ଷ ରାସନକାର୍ଡଧାରୀଙ୍କୁ ମାଗଣାରେ ରାସନ ଏବଂ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କୁ ୨ ମାସ ଯାଏଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର। ଏହାଦ୍ଵାରା ଦିଲ୍ଲୀର ୧.୬୫ ଲକ୍ଷ ଡ୍ରାଇଭର ଉପକୃତ ହେବେ।