ଦେଶର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ

0

ଦିଲ୍ଲୀ : ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି । ପ୍ରତିବର୍ଷ ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଥାଏ । ଚଳିତ ବର୍ଷ ମଧ୍ୟ ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ ।

ଦିନକୁ ଦିନ ଖରାପ ସ୍ତରକୁ ଗତି କରୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ପ୍ରଦୂଷଣକୁ ଆଖି ଆଗରେ ରଖି କାଲିଠାରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି କାରଣରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ପ୍ରାଇମେରୀ ସ୍କୁଲ୍ ରେ ପାଠପଢା ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।