ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବର୍ଷା । ଗୁଜୁରାଟ ଗୌରବ ଯାତ୍ରାରେ ଆରମ୍ଭ ହୋଇଯାଇଛି ବିଜେପିର ରଣ ହୁଙ୍କାର । ଗତକାଲି ଜେପି ନଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ, ଆଜି ଯୋଗ ଦେଇଛନ୍ତି ଗୁହମନ୍ତ୍ରୀ ଅମିତ ଶାହା । ସେହିପରି ଏଥିରେ ଯୋଗ ଦେବା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟରେ ପହଁଚିଥିଲେ ।
ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିବା ସହ ବିଜେପି ଗଡ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆମ ଆଦମୀ ପାର୍ଟି ଉପରେ ମଧ୍ୟ ଧର୍ମେନ୍ଦ୍ର ଖୁବ ବର୍ଷିଛନ୍ତି । ଆପର ଦିଲ୍ଲୀ ମ ଡେଲ କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି ଧର୍ମେନ୍ଦ୍ର । ୯ ଦିନିଆ ଏହି ଯାତ୍ରା ରାଜ୍ୟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୧୪୪ ଟି ଆସନ ଦେଇ ଯିବ। ୫ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏହି ଯାତ୍ରା ଜ୍ଝ ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ବିଜେପି ଜୋରଦାର କସରତ ଆରମ୍ଭ କରିଦେଇଛି ।