ସ୍ଥଗିତ ହେଲା ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନ

0

ନୂଆଦିଲ୍ଲୀ : ସ୍ଥଗିତ ହେଲା ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନ | ଆଜି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପରିଷଦଙ୍କ ଲଗାତର ଭାବେ ହୋହାଲ୍ଲା କାରଣରୁ ସଦନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ନଗର ନିଗମର ମେୟର, ଉପ ମେୟର ଓ ସ୍ଥାୟୀ ସମିତିର ୬ଜଣ ସଦସ୍ୟଙ୍କ ପ୍ରତିଷ୍ଠିତ ପଦପାଇଁ ନିର୍ବାଚନ ହେବାକୁ ଥିଲା ।

ଦିଲ୍ଲୀ ନଗର ନିଗମର ୨୫୦ଜଣ ନିର୍ବାଚିତ ସଦସ୍ୟ ଶପଥ ନେଇସାରିଥିଲେ । ହେଲେ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଏହାକୁ ନଜରରେ ରଖି ସଦନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆମ୍ ଆଦମୀ ପାର୍ଟିର ପାରିଷଦ ମୁକେଶ ଗୋଏଲ କହିଛନ୍ତି କି ଯେଉଁ ଲୋକମାନଙ୍କର ଭୋଟ ଦେବାର ଅଧିକାର ନାହିଁ ସେମାନଙ୍କୁ ବାହାରେ ବସାଇବାର ଥିଲା । ହେଲେ ସେମାନଙ୍କୁ ଭିତରକୁ ଆଣି ବିଜେପି ଏଭଳି ହୋ ହାଲ୍ଲା କରିଛି ।