ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଡେଲିମ

0

ଭୁବନେଶ୍ୱର: ହକିବିଶ୍ୱକପକୁ ନେଇ ସଜେଇ ହୋଇଛି ଟ୍ୱନ୍ ସିର୍ଟି ଭୁବନେଶ୍ୱର । ରଙ୍ଗ ବେରଙ୍ଗର ଲାଇଟରେ ଝକମକ କରୁଛି ରାଜରାସ୍ତା । କଥାରେ ଅଛି ଭାରତବାସୀ ଭାରି ସାହାସୀ । ଭାରତରେ ଖେଳ ହେଉ କି, କିଛି କାର୍ଯ୍ୟକ୍ରମ ସବୁଥିରେ ଆଗଭୋର ହୋଇ ନିଷ୍ଠାର ସହ କାମ କରନ୍ତି ଭାରତୀୟ ମାନେ । ଓଡିଶରେ ହେଉଥିବା ହକି ବିଶ୍ୱକପକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ରାଉରକେଲା, ବାରବାଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ହକି ବିଶ୍ୱକପ । ସେଥିଲାଗି ବିଭିନ୍ନ ଦେଶର ଖୋଳାଳି ମାନେ ଓଡ଼ିଶାରେ ପହଞ୍ଚ ବହୁତ ଖୁସିଥିବା ନଜରରେ ଆସିଛନ୍ତି । ତେବେ ଏହି ହକି ବିଶ୍ୱକପକୁ ନେଇ ନେଦରଲ୍ୟାଣ୍ଡ ହକି ଟିମ୍ ର କୋଚ୍ ଜେରୋନ ଡେଲିମି ଏକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଓଡିଶାରେ ହକି ବିଶ୍ୱକପର ମାତ୍ର ଦୁଇଦିନ ପୂର୍ବରୁ ରାଉରକେଲାର ହକି ଷ୍ଟାଡିୟମ ଏବଂ ସେଠାକାର ରହଣିବେଳର ଚିତ୍ର ସେ ଦେଖିବାକୁ ପାଇଥିଲେ । ସେଥିରୁ ଦେଖିବା ପାଇଁ ମିଳିଥିଲା କି, ଷ୍ଟାଡିୟମର କାନ୍ଥ ସବୁ ଓଦା ରହିଛି । ଲାଗୁଛିକି ସେଠାରେ ଏବେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । କାନ୍ଥବାଡରେ ହୋଇଥିବା ରଙ୍ଗ ବେରଙ୍ଗର ଚିତ୍ର ଦେଖି ଲାଗୁଥିଲା କି, ଏବେ ଯେମିତି କାର୍ଯ୍ୟ ଜାରି ରହିଛି । ହେଲେ ସେ ଜାଣିଥିଲେ ଯେ ଏହା ହେଉଛି ଭାରତ ।

ଏଠାରେ ଠିକ ସମୟରେ ସବୁକିଛି ଠିକ ହୋଇଥିବ । କନ୍ତୁ ଆପଣ ଦିନକ ଆଗରୁ ସେଠାରେ ନ ପହଞ୍ଚିଲେ ହେଲା । ପ୍ରଥମ ଅଭ୍ୟାସ ଶେଷ ପରେ ନେଦରଲ୍ୟାଣ୍ଡସର ଟ୍ୱୁଟର ହ୍ୟାଣ୍ଡେଲରୁ ଏଭଳି ଏକ ଟ୍ୱିଟ କରାଯାଇଥିଲା । ଡେଲିମି କହିଛନ୍ତି ଭାରତରେ ଶେଷ ମୂହୁର୍ତ୍ତ ପଯ୍ୟନ୍ତ କିଛି ପ୍ରସ୍ତୁତ ନଥାଇ ପାରେ । ହେଲେ ଶେଷ ପର୍ଯ୍ୟାୟରେ ସବୁ କିଛି ଠିକ୍ ହୋଇଥାଏ । ଏଠାକାର ଆୟେଜନକୁ ବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ପଡିଲେ ହଜାର ହଜାର ଲୋକ ଏକାଠି ହୋଇଥାନ୍ତି । ଆଉ ମିଳି ମିଶି କାମ କରିଥାନ୍ତି । ଏହାହିଁ ହେଉଛି ସେଠିକାର କାର୍ଯ୍ୟ ସଂସ୍କୃତି । ଏହାକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି । ଖାସ କରି ହକିକୁ ନେଇ ଯେଉଁ ଭଲପାଇବା ରହିଛି ଯେଉଁ ଉତ୍ସହ ରହିଛି, ତାହା ଅତୁଳନୀୟ । ଭାରତୀୟ ମାନେ ପ୍ରତିଶୃତି ବଦ୍ଧ । ଯାହା କହିଥାନ୍ତି ତାହା ଠିକ୍ ସମୟରେ କରିଦେଖାନ୍ତି ବୋଲି କାହିଛନ୍ତି ଡେଲିମି । ଭାରତୀୟ ମାନଙ୍କର ଏକତା ଏବଂ ଭାଇଚାରାକୁ ନେଇ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ମନ୍ତବ୍ୟ ଦେଇଥିବା ବେଳେ ଏବେ ନେଦରଲ୍ୟାଣ୍ଡ କୋଚ୍ ଙ୍କ ପ୍ରସଂଶା ଭାରତ ପାଇଁ ଖୁସିର ବିଷୟ ପାଲଟିଛି ।