ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ଯାଳୟ । ଏହା ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ଓ ହବ୍ କାର୍ଯ୍ୟାଳୟ । ପୂର୍ବରୁ ନିବେଶକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ କଥା ହୋଇଥିଲେ ଡେଲୟଟ କର୍ତ୍ତୃପକ୍ଷ । ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ୫ଟି ସଚିବ ।
କିନ୍ତୁ ଏହା ପୂର୍ବରୁ ଶେଷ ହୋଇଛି କାମ । ପୂରଣ ହୋଇଛି ପ୍ରତିଶ୍ରୁତି । ସତ୍ୟନଗରରେ ରହିଛି ବିଏମସିର ନୂଆ ଟାଓ୍ୱାର ଏବଂ ଓ ହବରେ ହେବାକୁ ଥିବା ଡେଲୟଟର କାର୍ଯ୍ୟାଳୟ ।ଡେଲୟଟ ଭଳି ଆଇଟି କମ୍ପାନୀ ଖୋଲିଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ସେପଟେ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏନେଇ ନିଜର ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ ।