ପିସିସି ସଭାପତି ଚୟନ ପାଇଁ ଦାବୀ ଜୋର ଧରିଲା

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ)ବିଗିତ କିଛି ଦିନ ଧରି ଉତ୍ତାରାଖଣ୍ଡ, ପଞ୍ଜାବରେ ପିସିସି ସଭାପତି ପରିବର୍ତ୍ତନ ହେବାପରେ ଏବେ ଓଡିଶାରେ ପସିସି ସଭାପତି ପରିବର୍ତ୍ତନ ନେଇ ଦାବୀ ଜୋର ଧରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତପା ଦେଇ ସାରିବା ପରେ ଅନେକ କଂଗ୍ରେସ ନେତା ଦିଲ୍ଲୀ ହାଇକମାଣ୍ଡକୁ ଦେଖା କରିବା ସହ ଚୁରନ୍ତ ପିସିସି ଚୟନ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଦାବୀ ହୋଇଆସୁଛି । ପିସିସି ସଭାପତି ଦୌଡରେ ଆଗରେ ରହିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ମୋକିମ ଦୁଇ ଦୁଇ ଥର ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀଯାଇ ସାକ୍ଷାତ କରି ଫରିଛନ୍ତି । ଚିରଞ୍ଜୀବ ବିଶ୍ବାଳ, ଜୟଦେବ ଜେନା, ଶରତ ପଟ୍ଟନାୟକ, ତାରା ପ୍ରସାଦ ବାହନୀପତି ମଧ୍ୟ ଅନେକ ଥର ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇସାରିଛନ୍ତି ।
ଅଢ଼େଇ ବର୍ଷ ହେଲାଣି କଂଗ୍ରେସ ସ୍ଥାଣୁ ଅବସ୍ଥାରେ ରହିଛି । ପ୍ରସଙ୍ଗ ଥିଲେ ମଧ୍ୟ କଂଗ୍ରେସ ପ୍ରଭାବୀ ଢ଼ଙ୍ଗରେ କାର୍ୟ୍ୟ କାରିପାରୁ ନାହିଁ । ଏପରିକି ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ୬ମାସ ଥିବାରୁ ତୁରନ୍ତ ପିସିସି ସଭାପତି ପରିତବର୍ତ୍ତନ ନ କଲେ କଂଗ୍ରେସ ସଂଗଠନ ଭୁଷୁଡିଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ଦାବି କଲେଣି ।
ଓଡିଶା ପ୍ରଭାରୀ ଭାବେ ଚେଲ୍ଲା କୁମାର ବର୍ଷେ ହେବ ଦାୟୀତ୍ବ ନେଲେଣି । ହେଲେ ସଂଗଠନ ସଜାଡିବାରେ ସମର୍ଥ ହୋଇପାରୁନାହାନ୍ତି । ପିସିସି ସଭାପତିଙ୍କୁ ନେଇ ଅସେନ୍ତାଷ ଥିବାବେଳେ କେବଳ ଜିଲ୍ଲା କମିଟି ଏବଂ ମଡିଆ କମିଟି ଘୋଷଣା ସରିଛି ।