ବାହାଘର ଭାଙ୍ଗିବା ଡିଏମଙ୍କୁ ପଡିଗଲା ମହଙ୍ଗା

0

ଅଗରତାଲା(ରିପୋଟର୍ସ ଟୁଡେ): ବାହାଘର କାର୍ଯ୍ୟକ୍ରମକୁ ଜୋର ଜବରଦସ୍ତ ଭାଙ୍ଗିବା ତ୍ରିପୁରାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡିଛି । ମାଜିଷ୍ଟ୍ରେଟ ଶୈଳେଶ କୁମାର ଯ।।ଦବ କଟକଣାକୁ ପାଳନ କୋରୋନା କରିବାକୁ ଯାଇ ଏକ ବାହାଘର କାର୍ଯ୍ୟକ୍ରମରେ ପହଞ୍ଚି ଏହାକୁ ଅଟକାଇଥିଲେ । ଯାହାର ଫଳ ତାଙ୍କ ପାଇଁ ବହୁତ ମହଙ୍ଗା ପଡିଛି । ଏଭଳି ଏକ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ନିଲମ୍ବିତ ହେବାକୁ ପଡିଛି । ବାହାଘର ଅଟକାଇବା ବେଳର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ ଡିଏମ ପଦରୁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ଏକ କମିଟିରେ ଡିଏମଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ କରିଥିବା କାମ ଠିକ ଏବଂ ଆଇନକୁ ରକ୍ଷା କରିବା ପାଇଁ ସେ ଏପରି କରିଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଇନ ଶଅଙ୍ଖଳା ରକ୍ଷା କରିବା ଏବଂ ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଏପରି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଏହି କମିଟି ସମ୍ମୁଖରେ କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଶୈଳେଶ କୁମାର ଯାଦବ ।