ଦିନକୁ ଦିନ ଓଡିଶାକୁ ଘାରୁଛି ଡେଙ୍ଗୁ ଆତଙ୍କ

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ ୩୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବେଶି ରୋଗୀ ଆସୁଛନ୍ତି। ପ୍ରତିଦିନ ପାଖାପାଖି ୯୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଉ ଥିବାବେଳେ କ୍ୟାପିଟାଲ ହସ୍ପିଟାଲ ରେ ପ୍ରତିଦିନ ୮ରୁ ୧୦ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି। ସବୁ ରୋଗୀଙ୍କୁ ଭର୍ତ୍ତି ନ କରି ଔଷଧ ଦେଇ ଛାଡ଼ି ଦେଉଛୁ। ଯେଉଁ ରୋଗୀଙ୍କର ବ୍ଲଡ୍ ପ୍ଲେଟ୍ଲେଟ୍ ୪୦ ହଜାର ତଳକୁ ରହୁଛି ସେମାନଙ୍କୁ ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଉଛି। ତେବେ ଖୁବ୍ଶୀଘ୍ର ଡେଙ୍ଗୁ କମିଯିବ ବୋଲି ଆଶା କରାଯାଉଛି। ଯେଉଁ ଅଞ୍ଚଳରେ ଡ୍ରେନେଜ ସିଷ୍ଟମ ଠିକ୍ ନାହିଁ ଓ ଲୋକ ସଚେତନ ନାହାନ୍ତି ସେ ଅଞ୍ଚଳଗୁଡ଼ିକରେ ଡେଙ୍ଗୁ ବ୍ୟାପୁଛି। କରୋନା ଓ ଡେଙ୍ଗୁକୁ ନେଇ ଲୋକ ଦ୍ୱନ୍ଦ୍ୱରେ ପଡୁଛନ୍ତି। ତେଣୁ ଲକ୍ଷଣ ଦେଖାଦେଲେ ପ୍ରଥମେ କରୋନା ଟେଷ୍ଟ ଓ ପରେ ଡେଙ୍ଗୁ ଟେଷ୍ଟ କରିବା ଉଚିତ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି। ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବେଶୀ ରୋଗୀ ଆସୁଛନ୍ତି । ପ୍ରତିଦିନ ପାଖାପାଖି ୯୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଉଛି ।