ଭୁବନେଶ୍ୱର :ବିଧାନସଭା ସୀତା ଅଧିବେଶନର ଆଜି ତୃତୀୟ ଦିନ | ସୁରୁଖୁରୁରେ ଚାଲିଛି ବିଧାନସଭା | ବିଧାନସଭାରେ ଉଠିଲା ଦେଉମାଳି ପ୍ରସଙ୍ଗ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି 20 ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛ ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ, ଦେଓମାଳି ପର୍ବତମାଳା କୁ ସରକାରୀ ପର୍ଯ୍ୟଟନ ମାନ୍ୟତା ନ ଦେବାର କାରଣ କଣ ଏବଂ କିଏ କିଏ ଏଥିରେ ପ୍ରତି ବନ୍ଧକ ସାଜିଛନ୍ତି ତାହାର ଉତ୍ତର ମାଗିଲେ । ଉପକୂଳ ଅଞ୍ଚଳରେ ଯେଉଁ ପରି ବିକାଶ ହେଉଛି କିନ୍ତୁ କୋରାପୁଟ ର ପର୍ଯ୍ୟଟନ ବିକାଶ ପାଇଁ କଣ କରୁଚ କହି ଅସନ୍ତୋଷ ଝାଡିଲେ ତାରା, ସରକାରଙ୍କୁ ତାତ୍ସଲ୍ୟ କରି କହିଲେ କୋରାପୁଟର ବିକାଶ ପାଇଁ ମନ୍ତ୍ରୀ ଦୟାକରି ଟଙ୍କା ଟିଏ ନ ଦିଅନ୍ତୁ, ମନ୍ତ୍ରୀଙ୍କ ଉତ୍ତର, ଗୁରୁତର ସହ କୋରାପୁଟ ପର୍ଯ୍ୟଟନର ବିକାଶ କରାଯାଉଛି,ପର୍ଯ୍ୟଟନ କ୍ଷତ୍ରରେ ଆଞ୍ଚଳିକ ବୈଷମ୍ୟ ବାଦ ନାହିଁ,ନୂଆ ପର୍ଯ୍ୟଟନ ସ୍ଥଳୀ ର ପ୍ରସ୍ତାଵ ଆସିଲେ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ନିଆଯିବ,ମନ୍ତ୍ରୀ ଉତ୍ତରରରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ତାରା, ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତାରାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସାଲୁଜା ଓ ମୋହନ ମାଝୀ ତାରାଙ୍କୁ ବୁଝାଇ ତାଙ୍କ ଆସନ ନେଇଥିଲେ,ସେପଟେ ଖୋଦ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଟଙ୍କାରେ କିପରି ପର୍ଯ୍ୟଟନର ବିକାଶ ହେବ ?