୫ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷର କଲା ମିଶନ ଶକ୍ତି ବିଭାଗ

0

ଭୁବନେଶ୍ୱର : ଓଡ଼ିଶାର ମହିଳା ସ୍ୱୟଂ ସହାୟିକା ଗସତିଗୁଡିକୁ ମହିଳା ଉଦ୍ୟୋଗୀରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି କ୍ରମେ ମେକ ଇନ ଓଡିଶା କନକ୍ଳେଭର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ୫ଟି ସଂସ୍ଥା ସହିତ ବୁଝାମଣପତ୍ର ସ୍ୱାକ୍ଷରିତ ହେବ ସହିତ ଆଗାମୀ ଦିନରେ ଆହୁରି ୫ଟି ସଂସ୍ଥା ସହିତ ବୁଝାମଣା ହେବ କଥା ନେଇ ମିଶନ ଶକ୍ତି ବିଭାଗ କମିଶନ ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତିକେୟନ କହିଛନ୍ତି | ଉଭୟ ଗ୍ରାମାଞ୍ଚଳ ଓ ଓ ସହରାଂଚଳ ମହିଳାମାଙ୍କ ଆତ୍ମନିର୍ଭରଶୀଳ ,ସୁରୋଜଗାରକ୍ଷମ ଓ ଆର୍ଥିକ ସଶକ୍ତ କରିବା ପାଇଁ ରାଜ୍ୟସରକାର ସେମାଙ୍କ ଉପରେ ଧାନ ସଂଗ୍ରହ ,ମିଟର ରିଡିଂ,ଆହାରକେନ୍ଦ୍ର ପରିଚାଳନା ,ମସ୍ୟଚାଷ ,ମାଧ୍ୟାନ ଭୋଜନ ଆଦି ବିଭିନ କାର୍ଯ୍ୟକଳାପର ଗୁରୁଦାୟିତ୍ୱ ଏ ପ୍ରଦାନ କରିଛନ୍ତି | ସେପଟେ ଆହୁରି ମହିଳାମାଙ୍କ ଉଦ୍ୟୋଗୀ କରିବା ପାଇଁ ୨୯ଟି ଜିଲାରୁ ୧୫୦୦ ମହିଳା ଉଦ୍ୟୋଗୀଙ୍କୁ ନେଇ ଆଜିର ସମିଳନୀରେ ପ୍ରତେକ ଜିଲା ଫେଡେରେସନ୍କୁ ୧କୋଟି ଟଙ୍କାରଏବଂ ବ୍ଲକ ଫେଡେରେସନ୍କୁ ୫୦ଲକ୍ଷ ଟଙ୍କାର ଅଵର୍ତନ ପାଣ୍ଠି ଯୋଗାଇଦିଆଯିବ ସହିତ ଗ୍ରାମପଞ୍ଚାୟତରେ ନିଜସ୍ୱ ଗୃହ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଏଥି ସହିତ ମହିଳା ମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଯାହା ସବୁ ସାହାର୍ଯ୍ୟ ସହଯୋଗ ଓ ବୈଷେୟିକ ପରାମର୍ଶ ଆବଶ୍ୟକ ସେସବୁ ରାଜ୍ୟସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ କାର୍ତିକେୟନ ସୂଚନା ପ୍ରଦାନ କରିଛନ୍ତି | ଏହି ପ୍ରକ୍ରିୟାକୁ ଆଗେଇ ନେବାପାଇଁ ବିଉଟି ଓ ୱେୟଲନଏସ ,ରବର ,ଇଣ୍ଡିଆନ ସ୍କୁଲ ଅଫ ବିଜିନେସ ,ଏନ୍ଟିଏଫ୍ସି ପ୍ରଡିୟୁସ ଏବଂ ପ୍ରଦାନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି |