ଅଚାନକ ଅଗ୍ନିକାଣ୍ଡରେ ୮ଟି ଗୋରୁ ସହ ୪ଟି ଛେଳି ଜୀବନ୍ତ ଦଗ୍ଧ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ବଡ଼ସିଂହପୁର ଗାଁରେ ।

0

(ଭଦ୍ରକ) : ଭୟାବହ ଅଗ୍ନିକାଣ୍ଡରେ ୮ଟି ଗୋରୁ ସହ ୪ଟି ଛେଳି ଜୀବନ୍ତ ଦଗ୍ଧ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ବଡ଼ସିଂହପୁର ଗାଁରେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

 

ତେବେ ଏହି ଅଗ୍ନିକାଣ୍ଡଟି ସଟ୍ ସର୍କିଟ ଯୋଗୁଁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଫଳରେ ୮ଟି ଗୋରୁଙ୍କ ସହ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।