ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଗ୍ରାମର ଯୁବକ କଲେ ରକ୍ତଦାନ

0

(ଧାମନଗର/ରାଜେଶ ସାହୁ) ଆଜି ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧୀନରେ ଥିବା ପିତେଇପୁର ଉଚ୍ଚ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ମହାମାରୀ କୋରାନା ମହାମାରୀ ସମୟରେ ରାଜ୍ୟରେ ଏବେ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଜୀବନବିନ୍ଦୁ ଓ ରକ୍ତଦାନ କାର୍ଯ୍ୟକ୍ରମ ମାଧ୍ୟମରେ 72ଟି ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।

I
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଧାମନଗର ବ୍ଲକ ଚେୟାରମ୍ୟାନ ଅଶୋକ ନାୟନ ଉଦଘାଟନ କରିଥିଲେ। ଏହା ସହ ସୋହାଡ଼ା ଗ୍ରାମପଞ୍ଚାୟତରେ ଥିବା ପିତେଇପୁର, ସେଣ୍ଡପୁର, କଣ୍ଟାପରି ସମେତ ବିଭିନ୍ନ ଗ୍ରାମର ଯୁବକ ଏକ ହୋଇ ରକ୍ତ ଦାନ କରିଥିଲେ ।


ଏହି ଅବସରରେ ବିଜୁ ଜନତା ଦଳର ଧାମନଗର ବ୍ଲକର ବିଜେଡିର ଉପସଭାପତି କୃଷ୍ଣ ଚନ୍ଦ୍ର ପତି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ମହାମାରୀ ସମୟରେ ପ୍ରତେକ ଯୁବକ ରକ୍ତଦାନ କରୁବାକୁ ଆସିବା ଉଛିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେଶ କ୍ରମେ ଆଗେଇ ଆସିଛନ୍ତି ଗ୍ରାମର ଯୁବକ ସମାଜ । ଏହା ସହ ରକ୍ତ ଦାନ କରିଥିବା ଯୁବକ ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହା ସହ କହିଛନ୍ତି ଏହି କୋରାନା ମହାମାରୀ ସମୟରେ ଓଡ଼ିଶାକୁ ରକ୍ତ ଅଭାବ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ଜନତା ଦଳର ପ୍ରତ୍ୟେକଟି କର୍ମୀ ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିବେ। ଏହା ସହ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ କୋଭିଡ଼ ଗାଇଡଲାଇନକୁ ମାନି ରକ୍ତଦାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରତ୍ୟେକ ଯୁବକ ସମାଜ ମଧ୍ୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ତଥା କୋରାନ ମହାମାରୀ କୁ ପ୍ରତିହତ କରିବା ପର୍ଯ୍ୟନ୍ତ ବିଜୁ ଜନତା ଦଳର ଓ ବିଜୁ ଯୁବକ କର୍ମି ପ୍ରତ୍ୟେକଟି କର୍ମକର୍ତ୍ତା ନିଜ ସାମାଜିକ ଦାୟିତ୍ଵ କୁ ସୁଚାରୁରୂପେ ନିର୍ବାହ କରିବା ପାଇଁ ସଂକଳ୍ପବଦ୍ଧ।