ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ ।

0

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ । ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ଭୋଟ ନିଆଯିବ । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ । ଦିଂବଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି ।

ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କୁ ମିଳିଥିଲା ୮୦ହଜାର ୧୧୧ ଭୋଟ୍‌ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୭୫ହଜାର ୪୮୬ ଭୋଟ୍‌ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କୁ ମିଳିଥିଲା ୭ହଜାର ୩୦୩ ଖଣ୍ଡ ଭୋଟ୍‌ । ୨୦୧୯ ବିଧାନସଭା ନିର୍ବାଚନ ପରେ ଏଯାଏଁ ରାଜ୍ୟରେ ୫ଟି ଉପନିର୍ବାଚନ ହେଲାଣି । ସବୁଠୁ ଉଡ଼ିଛି ବିଜେଡିର ବିଜୟ ବାନା । ବିଜେପି ସିଟ୍‌କୁ ବି ବିଜେଡି ଛଡ଼ାଇ ଆଣିଛି ।