ଧାମନଗର ଉପନିର୍ବାଚନ : ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩% ମତଦାନ

0

ଭଦ୍ରକ : ସନ୍ଧ୍ୟା ୫ ଟା ଯାଏଁ ଭୋଟିଂ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । ଆଗାମୀ ସମୟରେ ଏହା ବଢିବାର ସମ୍ଭାବନା ରହିଛି । ଗତ ସାଧାରଣ ନିର୍ବାଚନ ନିର୍ବାଚନ ଅପେକ୍ଷା ଅଧିକ ଭୋଟିଂ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ସିଇଓଙ୍କ ସୂଚନା ଅନୁସାରେ, ଧାମନଗର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ସୁରୁଖୁରୁରେ ଚାଲିଛି । ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି । ଏହା ଗାଁରେ ହୋଇଛି । କିନ୍ତୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । ସନ୍ଧ୍ୟା ୬ ଟା ପରେ ମଧ୍ୟ ଭୋଟ ଗ୍ରହଣ ଚାଲିବ । ଯେଉଁମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିବେ । ସେମାନଙ୍କୁ ସ୍ଲିପ ପ୍ରଦାନ କରାଯିବ । ୨୦୧୯ ସାଧାରଣ ନିର୍ବାଚନରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି । ପିଙ୍କ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ।