ଧାମନଗରରେ ଜମିବ ହେଭିୱେଟ ପ୍ରଚାର

0

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-ଆଜିଠୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର । ଦଳୀୟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠାରୁ ଦୁଇ ଦିନ ଧର୍ମେନ୍ଦ୍ର ପ୍ରଚାର କରିବେ । ଏହାପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ବି ପ୍ରଚାର କରିବେ ବୋଲି ସୂଚନା ରହିଛି । ସେହିପରି ଆଜିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ୨୯ ତାରିଖ ଯାଏ ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ରହିଛି । ନିର୍ବାଚନ ମଣ୍ଡଳୀରେ ମୁସଲିମଙ୍କ ଭୋଟ୍ ଗୁରୁତ୍ୱ ବହନ କରେ ।

ତେଣୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଏଆଇସିସି ସଂଖ୍ୟା ଲଘୁ ସେଲ୍ ଅଧ୍ୟକ୍ଷ ଇମରାନ ପ୍ରତାପଗଡି  ଆସିପାରନ୍ତି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଭାରୀ ଏ. ଚେଲ୍ଲା କୁମାର, ବିଧାୟକ ସୁରେଶ ରାଉତରାୟଙ୍କ ସମେତ ୩୦ ବରିଷ୍ଠ ନେତା ପ୍ରଚାର କରିବେ ବୋଲି ସୂଚନା ରହିଛି ।