ଶ୍ରୀମନ୍ଦିର ସେବାୟତଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ

0

ପୁରୀ: ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଶ୍ରୀମନ୍ଦିର ସେବାୟତ ଙ୍କୁ ଭେଟି ଏକ ବୈଠକ କରିଛନ୍ତି। ପୁରୀ ସର୍କିଟ ହାଉସରେ ଏହି ବୈଠକରେ ଛତିସା ନିଯୋଗ ମହା ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ସେବାୟତ ଯୋଗ ଦେଇଥିଲେ। ବିଶେଷ ସେବାୟତଙ୍କ ସମସ୍ୟା କଣ ରହିଛି ଓ କିଭଳି ଏହାର ସମାଧାନ କରିହେବ ସେ ନେଇ ଆଲୋଚନା ହୋଇଥିଲା। ମୁଖତଃ ସେବାୟତଙ୍କ ଶିକ୍ଷା , ସ୍ୱାସ୍ଥ୍ୟ , ବାସଗୃହ , ରୋଜଗାର ନେଇ ଆଲୋଚନା ହୋଇଥିଲା। ସବୁ ସମସ୍ୟା ସେ ନିଜେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଶ୍ରୀମନ୍ଦିର ସମ୍ପର୍କିତ ଏନଏମଏର ବାଇ ଲ କୁ ନେଇ ରାଜନୀତିକରଣକୁ ଧର୍ମେନ୍ଦ୍ର ନାପସନ୍ଦ କରିଛନ୍ତି। କିଛି ବ୍ୟକ୍ତି ପ୍ରକୃତ ଘଟଣା ନ ବୁଝି କେଵଳ ରାଜନୀତି କରୁଛନ୍ତି ବୋଲି ସେ ମତ ଦେଇ ଛନ୍ତି। ମହାପ୍ରଭୁଙ୍କ ପୀଠ ବିକାଶରେ ସମସ୍ତେ ରହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି କାର୍ୟ୍ୟ କଲେ ଭଲ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କାଦୁଅ ଫିଙ୍ଗା ରାଜିନୀତି ଛାଡି ସେ କହିଛନ୍ତି। ସେପଟେ ସେବାୟତ ମାନେ କିଭଳି ବିଭିନ୍ନ ଭାଷା ଶିଖିବା ସହିତ ଆସୁଥିବା ଭକ୍ତ ଙ୍କୁ ମହାପ୍ରଭୁଙ୍କ ବିଷୟ ରେ ବୁଝାଇ ପାରିବେ ସେଥିପାଇଁ ସେବାୟତ ଙ୍କ ସ୍କିଲ ଡେଭଲପମେଣ୍ଟ ନେଇ ସରକାର ପଦକ୍ଷେପ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଗରିବ ସେବାୟତଙ୍କ ପାଇଁ ଆର୍ଥିକ ସାହାଯ୍ୟ , ସେବାୟତ ଙ୍କ ପିଲା ଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ , ସେବାୟତ ଙ୍କ ସ୍କିଲ ରେ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଅବଗତ କରାଯାଇ ଥିବା ଛତିସା ନିଯୋଗ ମହାନାୟକ କହିଛନ୍ତି।