ଫାର୍ମାସିଷ୍ଟଙ୍କ ଡେପୁଟେସନକୁ ନେଇ ତାତିଲେ ଅଞ୍ଚଳବାସୀ

0

(ଭୁବନ, କଳ୍ପତରୁ ଜେନା): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡିଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫାର୍ମାସିଷ୍ଟ ଦିପ୍ତି ମଲ୍ଲିକଙ୍କ ପନ୍ଦର ଦିନିଆ ଡେପୁଟେସନକୁ ବିରୋଧ କରି ଅଞ୍ଚଳବାସୀଙ୍କ ଏହି ଉତ୍ତେଜନା ଦେଖାଦେଇଛି । ଦୀର୍ଘ ଦିନ ହେବ ଏହି ଡାକ୍ତରଖାନାରେ କାର୍ଯ୍ୟ କରିଆସୁଥିଲେ ଦିପ୍ତି ମଲ୍ଲିକ । କିନ୍ତୁ ଆଜି ଅଞ୍ଚଳବାସୀ ତାଙ୍କର ପନ୍ଦର ଦିନିଆ ଡେପୁଟେସନକୁ ବିରୋଧ କରି ଡାକ୍ତରଖାନାରେ ଏକଜୁଟ ହୋଇଥିଲେ । ତେବେ ଏହି ସମୟରେ କୋଭିଡ ଟୀକା ପରିଚାଳନାର ତଦାରଖ କରିବାକୁ ଆସିଥିବା ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତିନି ଜଣ ଅଧିକାରୀ ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଦୀର୍ଘ ଚାରି ଘଣ୍ଟା ଅଧିକାରୀମାନଙ୍କୁ ଅଟକ ରଖିଥିଲେ ଉତ୍ୟକ୍ତ ଗ୍ରାମବାସୀ । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଅଧିକାରୀମାନଙ୍କ ମଧ୍ୟରୁ ବ୍ଲକ ଆକାଉଣ୍ଟସ ମ୍ୟାନେଜର ଲକ୍ଷ୍ମୀଧର ସାହୁ, ପ୍ରୋଗ୍ରାମ ମ୍ୟାନେଜର ମମତା ସାହୁ, ପବ୍ଲିକ ହେଲ୍ଥ ଏସ୍କଟେସନ ଅଫିସର ମାନସ ମିଶ୍ରଙ୍କ ସହ ଡ୍ରାଇଭର ଗତିକୃଷ୍ଣ ଖୁଣ୍ଟିଆ ମଧ୍ୟ ଗ୍ରାମବବାସୀଙ୍କ ଦ୍ୱାରା ଅଟକ ରହିଥିଲେ ।