ଢ଼େଙ୍କାନାଳ ସିଭିଲ କୋର୍ଟ ସିଲ

0

ଢ଼େଙ୍କାନାଳ: ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ସିଲ କଲା ପୌର ପ୍ରଶାସନ । ଏହି ସମୟରେ ପୁରା କୋର୍ଟ ପରିସର ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଏହି କଟକଣା ଯଦି ଉଲ୍ଲଂଘନ କରନ୍ତି ସେବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଢ଼େଙ୍କାନାଳ ସିଭିଲ କୋର୍ଟରେ ପ୍ରାୟ ୧୦ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାଫଳରେ ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଗାମୀ ୨୭ ତାରିଖ ସକାଳ ୭ଟା ଯାଏଁ କୋର୍ଟ ପରିସର ମାଇକ୍ରୋ କଣ୍ଟେନମେଣ୍ଟ ଜୋନଭାବେ ରହିବ।