ଧୋନିଙ୍କର ବୃଦ୍ଧ ବେଶ

ଆଇପିଏଲ୍ ବିଜ୍ଞାପନରେ ଏପରି ନଜର ଆସିଛନ୍ତି ଧୋନି

0

ମୁମ୍ବାଇ: ଆଇପିଏଲ୍ର ଏକ ବିଜ୍ଞାପନରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପ୍ଟେନ ତଥା ଚେନ୍ନାଇ ସୁପରକିଙ୍ଗ୍ସ ଦଳର କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ବୃଦ୍ଧ ବେଶରେ ଦେଖିବାକୁ ମିଳୁଛି। ଷ୍ଟାର ସ୍ପୋର୍ଟସ ପକ୍ଷରୁ ନିକଟରେ ପ୍ରସାରଣ ଆରମ୍ଭ କରାଯାଇଥିବା ଏହି ବିଜ୍ଞାପନରେ ଧୋନି ପରିବାରର ମୁରବୀ ଭାବେ ମଝିରେ ବସିଥିଲା ବେଳେ ପୂରା ପରିବାର ଟେଲିଭିଜନରେ ଆଇପିଏଲ୍ ଦେଖୁଛନ୍ତି।

ଏତିକି ବେଳେ ଘରର ଫୋନ୍ ବାଜିବାକୁ ଲାଗୁଛି। ହେଲେ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଟେଲିଭିଜନ୍ ପରଦା ଉପରୁ ଟିକିଏ ହେଲେ ବି ନଜର ହଟାଉ ନାହାନ୍ତି। ପରେ ସମସ୍ତେ ଏକାଠି ଏବେ ଏହା ସାଧାରଣ କଥା ବୋଲି କହୁଥିବାର ଦେଖିବାକୁ ମିଳିଛି । ଧୋନିଙ୍କର ଏହି ଲୁକ୍ ସବୁଠୁ ଭିନ୍ନ ହୋଇଛି । ତାହା ସହ ତାଙ୍କର ଏହିହ ଲୁକ୍ କୁ ଫ୍ୟାନସ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।