ଦିବଂଗତ କନ୍ନଡ଼ ଷ୍ଟାର ପୁନୀତ ରାଜକୁମାର ପାଇବେ କର୍ଣ୍ଣାଟକ ରତ୍ନ ପୁରସ୍କାର

0

ମୁମ୍ବାଇ : ଦିବଂଗତ କନ୍ନଡ ଫିଲ୍ମ ଷ୍ଟାର ପୁନୀତ ରାଜକୁମାରଙ୍କୁ ମରଣୋତ୍ତର ‘କର୍ଣ୍ଣାଟକ ରତ୍ନ’ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ରାଜ୍ୟ ସ୍ଥାପନା ଦିବସ ଅବସରରେ‘ ନଭେମ୍ବର ୧ ତାରିଖରେ ପୁନୀତ ରାଜକୁମାରଙ୍କୁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି |ଲାଲବାଗ ଗ୍ଲାସ ହାଉସରେ ସ୍ୱତନ୍ତ୍ରତା ଦିବସ ଫ୍ଲାଓ୍ଵର ଶୋ ଉଦ୍‌ଘାଟନ କରିବା ପରେ ମିଡିଆକର୍ମୀଙ୍କୁ ଏହି ସୂଚନା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଡା. ରାଜକୁମାରଙ୍କ ପରିବାର ସଦସ୍ୟଙ୍କୁ ସମିତିର ସମସ୍ୟ ରୂପେ ସାମିଲ କରାଯିବ।

ଆମେ ସମସ୍ତେ ପୁନୀତଙ୍କୁ ମରଣୋତ୍ତର ପୁରସ୍କାରକୁ ଗରିମାପୂର୍ଣ୍ଣ ଭାବେ ପ୍ରଦାନ କରାଯିବ। କନ୍ନଡ ସୁପରଷ୍ଟାର ସୁପରଷ୍ଟାର ପୁନୀତ୍‌ ରାଜକୁମାର ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପରଲୋକରେ ସମଗ୍ର କର୍ଣ୍ଣାଟକ ସହିତ ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଅଭିନେତା ପୁନୀତ୍‌ ତାଙ୍କ ବାପାଙ୍କ ପରି ଆଖି ଦାନ କରିଥିଲେ। ଏହି ଗ୍ଲାସ ହାଉସରେ ହୋଇଥିବା ଫ୍ଲାଓ୍ଵର ଶୋରେ ଡା. ରାଜକୁମାର ଏବଂ ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।