ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେବାକୁ ଭୁଲିଗଲେ ଅମରିନ୍ଦର, ମେଣ୍ଟିନି ବିବାଦ
ପଞ୍ଜାବ କଂଗ୍ରେସର ଡୋର ଏବେ ସିଦ୍ଧୁଙ୍କ ହାତରେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି କିନ୍ତୁ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ଥିବା ବିବାଦ ମେଣ୍ଚାଇ ପାରିନି। ଲାଗୁଛି ଯେମିତି ସିଦ୍ଧୁଙ୍କୁ ଆଦୌ ଗ୍ରହଣ କରିପାରୁ ନାହାଁନ୍ତି ଅମରିନ୍ଦର।
(ପଞ୍ଜାବ) : ପଞ୍ଜାବ କଂଗ୍ରେସର ଡୋର ଏବେ ସିଦ୍ଧୁଙ୍କ ହାତରେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି କିନ୍ତୁ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ଥିବା ବିବାଦ ମେଣ୍ଚାଇ ପାରିନି। ଲାଗୁଛି ଯେମିତି ସିଦ୍ଧୁଙ୍କୁ ଆଦୌ ଗ୍ରହଣ କରିପାରୁ ନାହାଁନ୍ତି ଅମରିନ୍ଦର।
ଜୁଲାଇ ୨୧ ତାରିଖରେ ନୈଶ୍ୟ ଭୋଜିର ଆୟୋୟନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଏହି ଭୋଜିକୁ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଓ ସାଂସଦଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ।
ସୂଚନା ଥାଉକି ଗତକାଲି ସୋନିଆ ଗାନ୍ଧୀ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସିଦ୍ଧୁଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷା ଭାବେ ଘୋଷଣା କରାଯାଇଛି। ଏବେ ନୂଆ ଦାଯିତ୍ୱ ମିଳିବା ପରେ ତାଙ୍କୁ ପୁରୁଣା ଦାୟିତ୍ୱରୁ ମୁକ୍ତ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ଦିଆଯାଇଥିଲା।