ଦୁଇ ଦିନିଆ ଓଡିଶା ଗସ୍ତରେ ଦିଗବିଜୟ, ଜୟରାମ

0

ଭୁବନେଶ୍ୱର : ଅଖିଳଭାରତ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ସାଂସଦ ଜୟରାମ ରମେଶ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି | ତାଙ୍କ ସହିତ ଓଡିଶା ପ୍ରଭାରୀ ଏ ଚେଲା କୁମାର, ସହ ପ୍ରଭାରୀ ଜି ରୁଦ୍ର ରାଜୁ,ଭାରତ ଯୋଡ ଯାତ୍ରାରେ ଓଡିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ରାଗିନୀ ନାୟକ ମଧ୍ୟ ଏହି ଗସ୍ତରେ ସାମିଲ ହେବେ | ଏହି କଂଗ୍ରେସ ନେତା ମାନେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ପଂହଁଚିବେ |ରବିବାର ପୂର୍ବାହ୍ନ ୧୦ଟାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ଭାରତ ଯୋଡ କାର୍ଯ୍ୟକ୍ରମ ସଂକ୍ରାନ୍ତ ରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି |