୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନିର୍ଦ୍ଦେଶକ ଓ ଅଭିନେତା କେ ବିଶ୍ୱନାଥ

0

ମୁମ୍ବାଇ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା କେ ବିଶ୍ୱନାଥ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବହୁ ସିନେମାରେ ସଫଳତା ପାଇଥିବା ଏହି ଅଭିନେତା ଜଣକ ବଲିଉଡ ତଥା ଟଲିଉଡରେ ନାମ ଅର୍ଜନ କରିଛନ୍ତି । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସହେବ ଫାଲକେ ସମେତ ବହୁ ଆୱାର୍ଡର ବିଜେତା ନିର୍ଦ୍ଧେଶକ କେ ବିଶ୍ୱନାଥ । ତାଙ୍କର ବିୟୋଗରେ ବଲିଉଡ ଓ ଟଲିଉଡୁରେ ଶୋକର ଛାୟା ଖେଳି ଯାଇଛି । କେ ବିଶ୍ୱନାଥ ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ। ଏଥିନିମନ୍ତେ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ସେଠାରେ ଗତ ରାତିରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ବଲିଉଡ ସମେତ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଦେଇଛି । କେ ବିଶ୍ୱନାଥ ଟଲିଉଡ ସମେତ ବଲିଉଡରେ ବି ବେଶ୍ ଜଣାଶୁଣା । ମୁଖ୍ୟତଃ ସାମ୍ପ୍ରତିକ ସାମାଜିକ ପ୍ରସଙ୍ଗକୁ ନେଇ ହୃଦୟସ୍ପର୍ଶୀ ଫିଲ୍ମ ନିର୍ମାଣ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଚଳଚ୍ଚିତ୍ର ଜଗତରେ ସେ ଏକ ମାଇଲ ଖୁଣ୍ଟ ସଦୃଶ ହୋଇଥିବା ବେଳେ କଳା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି ।