ବଡ ଷ୍ଟାର ନ ଥିବାରୁ କପିଲ ନିଜ ‘ଶୋ’କୁ ଆମନ୍ତ୍ରଣ କଲେ ନାହିଁ : ବିବେକ ଅଗ୍ନିହୋତ୍ରୀ

ଆଗକୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଖୁବ୍ ଶୀଘ୍ର କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏକ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ସହିତ ଆସୁଛନ୍ତି।

0

(ମୁମ୍ବାଇ) : ଆଗକୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଖୁବ୍ ଶୀଘ୍ର କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏକ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ସହିତ ଆସୁଛନ୍ତି। ଏହାର ଟ୍ରେଲର ରିଲିଜ୍ ହୋଇସାରିଛି। ପ୍ରତି ସପ୍ତାହରେ ଯେକୌଣସି ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମା ଶୋ’ ପହଞ୍ଚିଥାନ୍ତି । କିନ୍ତୁ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ତାଙ୍କ ଫିଲ୍ମରେ କୌଣସି ବଡ ଷ୍ଟାର ନଥିବାରୁ ତାଙ୍କୁ ଶୋ’ରେ ପ୍ରମୋସନ କରିବାକୁ ମନା କରିଦିଆଯାଇଛି। ଅନ୍ୟ ଏକ ଟ୍ୱିଟରେ ବିବେକ ଲେଖିଛନ୍ତି, ‘କପିଲଙ୍କର ମୁଁ ଜଣେ ପ୍ରଶଂସକ କିନ୍ତୁ ଏହା ସତ୍ୟ ଯେ କୌଣସି ବଡ ଷ୍ଟାର ନ ଥିବାରୁ ସେ ଆମକୁ ତାଙ୍କ ଶୋ’ରେ ଆମନ୍ତ୍ରଣ କରିବାକୁ ମନା କରି ଦେଇଛନ୍ତି।

ସୂଚନାନୁଯାୟୀ, ଜଣେ ୟୁଜର୍ ବିବେକ ଅଗ୍ନିହୋତ୍ରୀଙ୍କୁ ଟ୍ୟାଗ୍ କରି ପଚାରିଛନ୍ତି, ‘ବିବେକ ସାର୍, ଏହି ଫିଲ୍ମଟି କପିଲ ଶର୍ମାଙ୍କ ଶୋ’ରେ ପ୍ରମୋଶନ ହେବା ଆବଶ୍ୟକ। ୟୁଜରଙ୍କ ଟ୍ୱିଟ୍‌ ଉପରେ ବିବେକ ଲେଖିଛନ୍ତି, ‘ମୁଁ ନିଷ୍ପତ୍ତି ନେଇ ପାରୁନାହିଁ କପିଲ ଶର୍ମାଙ୍କ ଶୋ’ରେ କାହାକୁ ଡାକିବି। ଏହା ସଂପୂର୍ଣ୍ଣ ଭାବେ କପିଲ ଶର୍ମା ଏବଂ ତାଙ୍କ ନିର୍ମାତାଙ୍କ ଉପରେ ନିର୍ଭର କରେ।’