ଜେଟିପିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ

0

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀମନ୍ଦିର ଭିତରେ ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଆଉ ଜଣେ ଜେଟିପି ଗୁରୁତର ଘଟଣାରେ ତଦନ୍ତ ରିପୋର୍ଟ ଆସିଛି।ଉଭୟ ଜେଟିପି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସ୍ୱପ୍ନରଞ୍ଜନ ମହାପାତ୍ର ଘଟଣାର ତଦନ୍ତ କରିଥିଲେ।ଏହି ହିଂସାକାଣ୍ଡ ସହ ଜଡିତ ଦୁଇ ଜେଟିପି,ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ସେବାୟତ ଓ ଅନ୍ୟ ସୁରକ୍ଷା କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି।ଭିତରକାଠ ନିକଟରେ ଡ୍ୟୁଟି କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସାମାନ୍ୟ ବଚସାରୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଥିଲା। ଏହି ଘଟଣାରେ ଉଭୟ ଜେଟିପିଙ୍କ ବିରୁଦ୍ଧରେ ଆଜି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି।