ଖାଲି ପଦବୀରେ ନିଯୁକ୍ତି ଦିଆଯିବ ନେଇ ଆଲୋଚନା

0

ଭୁବନେଶ୍ୱର:ମନ୍ତ୍ରିମଣ୍ଡଳ ପୁନଃଗଠନ ପରେ ରାଜ୍ୟସଭା ଓ ରାଷ୍ଟ୍ରପତି ନିର୍ବାଚନ ଏବଂ ପରେ ପରେ ରାଜ୍ୟ ବିଧାନସଭା ଅଧିବେଶନ ସରିଛି  । ଏ ପରିପ୍ରେକ୍ଷୀରେ ବିଭିନ୍ନ ବୋର୍ଡ ଓ ନିଗମ ଆଦିରେ ନିଯୁକ୍ତି ପାଇବା ପାଇଁ ଆଶାବାନ୍ଧି ବସିଥିବା ରାଜନେତାମାନେ ବିଭିନ୍ନ ସ୍ତରରେ ନିଜ ନିଜ ସପକ୍ଷରେ ଲବି ଚଳାଉଥିବା ଲକ୍ଷ୍ୟ କରାଯାଉଛି । ତେବେ ରାଜ୍ୟସରକାରଙ୍କ ବିଭିନ୍ନ ସଂସ୍ଥା ଗୁଡିକର ପଦପଦବୀରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ | ବିଭିନ୍ନ ସରକାରୀ ପଦବୀ ଖାଲିପଡିଥିବା ବେଳେ ନୂଆକରି ନିଯୁକ୍ତି ଦିଆଯିବ |

ତେବେ ଏହି ପଦବୀଗୁଡିକ କେବେ ସୁଦ୍ଧା ପୂରଣ କରାଯିବ ଏବଂ ଏଥିରେ କେଉଁମାନଙ୍କୁ ନିଯୁକ୍ତି ଦିଆଯିବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ତେବେ ଅଗଷ୍ଟ ମାସ ମଧ୍ୟରେ ଏହି ରାଜନୈତିକ ନିଯୁକ୍ତି ମିଳିପାରେ ବୋଲି କେତେକ ଆଶାୟୀ ଆଶାବ୍ୟକ୍ତ କରୁଛନ୍ତି । ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଓଡ଼ିଶାରେ ବିଜେଡି ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିବା ବେଳେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଦଳ ପକ୍ଷରୁ ତୃଣମୂଳ ସ୍ତରରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।ସେହିପରି  ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର କେତେକ ମନ୍ତ୍ରୀ ଇସ୍ତଫା ଦେଇଥିଲେ |

ତେବେ ଇସ୍ତପା ଦେଇଥିବା ମନ୍ତ୍ରୀଙ୍କୁ ଦାଇତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି | କେବଳ ସେତିକି ନୁହେଁ ବିଜେଡି ସହ ଜଡିତ ନଥିବା ଆଉ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସରକାର ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେବା ସମ୍ଭାବନା ରହିଛି |ଆସନ୍ତା ନିର୍ବାଚନକୁ ମହିଳା ,ଯୁବକ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ସୁଯୋଗ ମିଳିବନେଇ ଆଲୋଚନା ଚାଲିଛି |