ପ୍ରଧାନମନ୍ତ୍ରୀ ଆବାସ ନେଇ ଆଲୋଚନା ଓ ତର୍ଜମା ଚାଲିଛି:ଦେବୀ ମିଶ୍ର

0

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ରାଜ୍ୟରେ ଜୋର୍ ଧରୁଛି ରାଜନୀତି । ଏହାରି ଭିତରେ ଆଜି ହେଉଛି ଅଭିଯୋଗ ଦାଖଲ ଶେଷ ଦିନ । ସେପଟେ ଆବାସ ଯୋଜନା ହିତାଧିକାରୀ ତାଲିକାରେ ଅଯୋଗ୍ୟଙ୍କ ନାଁ କଟାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି ।ତେବେ ଏହାରି ଉପରେ ଜବାବ ରଖି ଛନ୍ତି ବିଜେଡି ର ଉପସଭାପତି ଦେବୀ ମିଶ୍ର। ବିରୋଧୀଙ୍କୁ ଅଭିଯୋଗକୁ କାଉଣ୍ଟର କରିବା ସହ କହୁଛନ୍ତି ଯେ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଯେତିକି ଘର ଯୋଗାଇବା ଲାଗି ସହମତି ପ୍ରକାଶ କରିଥିଲେ, ମିଳିଲା ବେଳକୁ ପ୍ରାୟ 20 ପ୍ରତିଶତ କମ ଘର ଆସିଛି । ଲୋକଙ୍କ ମନରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ପୁନର୍ବାର ଆବାସ ଆସିଲେ କିମ୍ବା ରାଜ୍ୟ ସରକାର ଅଲଗା କିଛି ବ୍ୟବସ୍ଥା କରିପାରନ୍ତି । ସବୁଠାରେ ଅଯୋଗ୍ୟଙ୍କୁ ଆବାସ ମିଳିବା ଅଭିଯୋଗ ଏକ ବୃଥା କଥା । ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ପ୍ରମାଣ ଦିଅନ୍ତୁ ।

ଯେଉଁମାନେ ଅଯୋଗ୍ୟ ଯାହାଙ୍କୁ ଘର ମିଳିଛି ତାହାର ଲିଷ୍ଟ ବିଜେପି ୱେବସାଇଟରେ ବାହାର କରୁ । କେବଳ ରାଜନୀତି ପାଇଁ ଅଭିଯୋଗ କଲେ ହେବନାହିଁ । ଲୋକଙ୍କ ଆଶା ପୂରଣ ଲାଗି ବ୍ୟବସ୍ଥା ହେବ । ଅଯୋଗ୍ୟ ପଶିଗଲେ ଟ୍ରାକ କରି ଧରାଯାଉଛି । ନିର୍ବାଚନ ବର୍ଷ ତେଣୁ ବିରୋଧୀ କୌଣସି ଉପାୟରେ ବି ଅଭିଯୋଗ କରିବେ । ଅଭିଯୋଗକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି । ଏମିତି ଅଭିଯୋଗ ନହେଉ ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଵାର୍ଥ ହାନି ହେବ । ଯେମିତି 2 ବର୍ଷ ହେଲା ଅପେକ୍ଷାରେ ଥିଲେ । ବାରମ୍ବାର ଚିଠି ପତ୍ର ଦିଆନିଆ ପରେ ଆସିଛି । ବିଜେଡି-ବିଜେପି, କେନ୍ଦ୍ର-ରାଜ୍ୟ ମଧ୍ୟରେ କେତେବେଳେ ପେଁ ପେଁ ବାଜୁଛି ସେକଥା ସାଧାରଣ ଲୋକ ଜାଣୁନାହିଁ । ଲୋକଙ୍କ ସାଙ୍ଗରେ ଆମେ ଅଛୁ । କଣ ହେଉଛି ଆମେ ଜାଣୁଛୁ । ଲୋକଙ୍କୁ ଉଷୁକେଇଲେ ବି କିଛି ଫରକ ପଡିବ ନାହିଁ ।