କଟକ: ଅଗକୁ ଆସୁଛି ବାଲିଯାତ୍ରା ସେଥିପାଇଁ ବ୍ୟବସାୟୀ ମାନଙ୍କୁ ପ୍ଲଟ କିଣିବା ନେଇ ତାରିଖ ଧାର୍ଯ୍ୟ ହୋଇସାରିଛି । ବ୍ୟବସାୟୀମାନେ ମଧ୍ୟ ପ୍ଲଟ କିଣିସାରିଛନ୍ତି । ହେଲେ ଏହା ଏକ ବିବାଦରେ ପରିଣତ ହୋଇ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ବ୍ୟବସାୟୀ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଟଣାଓଟରା ପରିସ୍ଥିତି ଚାଲିଛି । ପ୍ରଶାସନର ସ୍ଲଟ ବୁକିଂ ପ୍ରକ୍ରୟାକୁ ବିରୋଧ କରି ବ୍ୟବସାୟୀ ସଂଘ ବାଲିଯାତ୍ରାରେ ଷ୍ଟଲ ପକାଇବେ ନାହିଁ ବୋଲି କହିଛନ୍ତି । ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିବା ସହ ମୂଲ୍ୟ ହାସଲ ଲାଗି ଦାବି ହୋଇଛି ।
ବ୍ୟବସାୟୀଙ୍କ କହିବା ମୁତାବକ ଏହି ବର୍ଷ ଯେଉଁ ଅକ୍ସନ ପ୍ରକ୍ରିୟା ହୋଇଛି ତାକୁ ବନ୍ଦ କରାଯାଉ । ମୂଲ୍ୟହ୍ରାସ ମଧ୍ୟ କରାଯାଉ ବୋଲି ଯୁକ୍ତି ବାଢିଛନ୍ତି । ପ୍ରତି ସ୍କୋୟାର ପୁଟକୁ ରହିଛି ୫୦୦ ଟଙ୍କା ତେବେ ଏହା ସାଧାରଣ ବ୍ୟବସାୟୀଙ୍କ ପାଇଁ ବହୁତ ମହଙ୍ଗା ହେଇଯାଉଛି । ତେବେ ପ୍ରଶାସନ ଏଥିପାଇଁ କେଉଁ ନିଷ୍ପତ୍ତି ନେବ ତାହା ଅପେକ୍ଷାରେ ଅଛନ୍ତି ବ୍ୟବସାୟୀ ସଂଘ ।