ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କମ୍ବଳ ବଣ୍ଟନ

0

(ସୂର୍ଯ୍ୟକାନ୍ତ ବେହେରା/ମାଲକାନାଗିରି): ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମାଲକାନାଗିରି ଜିଲ୍ଲା ମୋଟୁ ତହସିଲ ଅଞ୍ଚଳ ଗୁଡ଼ିକରେ କମ୍ବଳ ବଣ୍ଟନ କରାଯାଇଛି । ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ,କାଲିମେଳା ବ୍ଲକ୍ ଚେୟାରମେନ୍ ମାଲାମାଢ଼ୀ ପ୍ରମୁଖ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଆଲମା ଓ ବିନାୟକପୁରର ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ପରେ ମୋଟୁ ତହସିଲଦାର ଶଶାଙ୍କ କୁମାର ମିଶ୍ରଙ୍କ ସହ ବନ୍ୟା ସ୍ଥିତି ଉପରେ ଆଲୋଚନା କରିବା ସହ ଅନୁଧ୍ୟାନ କରିଥିଲେ । ତେବେ ଗୋଦାବରୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବହୁ ଚାଷଜମି ନଷ୍ଟ ହୋଇଥିବା ସୂଚନାରୁ ପ୍ରକାଶ ।