ଦୁର୍ବୃତ୍ତଙ୍କ ଆକ୍ରମଣରେ ଜିଲ୍ଲା ପରିଷଦ ସଭ୍ୟ ଗୁରୁତର, ବୁଗୁଡା ପୋଲିସର ତନାଘନା

0

ଗଞ୍ଜାମ/ରଜନୀକାନ୍ତ ପାତ୍ର :  ଦୁର୍ବୃତ୍ତଙ୍କ ଆକ୍ରମଣରେ ଜିଲ୍ଲା ପରିଷଦସଭ୍ୟ ଗୁରୁତର । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ୪୨ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଙ୍ଗାପାଣି ଜେନାଙ୍କ ଅବସ୍ଥା ଗୁରୁତର ରହିଛି | ବୁଗୁଡା ଠାରୁ ନିଜ ଗାଁ ତାଳସାକର ଫେରିବା ବାଟରେ ବୁରୁଝୋଳା ନିକଟରେ ଗଙ୍ଗାପାଣିଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା ।

ଗଙ୍ଗାପାଣିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିଥିଲେ ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗଙ୍ଗାପାଣି ଜେନାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ବୁଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି । ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ଚିହ୍ନଟ ହୋଇପାରି ନାହାନ୍ତି ।