ଆସିକାରେ ସ୍ମାର୍ଟ ସ୍କୁଲ ସଠିକ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

0

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର :ଆସିକାରେ ସ୍ମାର୍ଟ ସ୍କୁଲ ସଠିକ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଗଞ୍ଜାମ ଜିଲ୍ଲାର ୭ ଟି ବ୍ଲକର  ପାଞ୍ଚଟି ରୂପାନ୍ତର ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ସମୀକ୍ଷା କରାଯାଇଥିଲା । ସଠିକ ଢଙ୍ଗରେ ପରିଚାଳନା ଓ ଆନୁସାଙ୍ଗିକା ଭିତ୍ତିଭୂମିର ରକ୍ଷଣ ବେକ୍ଷଣ ନିମନ୍ତେ ସଚେତନ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନିତା ସେନାପତି ଗୁରୁତ୍ୱାରୋପ କରିଥିଲେ।  ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତର କରାଯାଇ ଏକ ସୁସ୍ଥ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇ , ପାରିଥିବାରୁ ଛାତ୍ରଛାତ୍ରୀ ମାନେ ବେଶ ମନୋରମ ପରିବେଶରେ ଶିକ୍ଷା ଅଧ୍ୟୟନ କରିପାରୁଛନ୍ତି ।

ସେଥିପାଇଁ ଏହି ବାତାବରଣକୁ ବଜାୟ ରଖିବା ସହିତ ସ୍ମାର୍ଟ ସ୍କୁଲରେ ସ୍ମାର୍ଟ ଛାତ୍ରଛାତ୍ରୀ ସୃଷ୍ଟି କରିବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ କହିଥିଲେ।  ଉକ୍ତ ବୈଠକରେ ଆସିକା ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର, ଧରାକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା ସମେତ ଆସିକା, ଶେରଗଡ଼, ଧରାକୋଟ, ପୋଲସରା, କବିସୂର୍ଯ୍ୟନଗର, ସାନଖେମୁଣ୍ଡି ଓ ବେଗୁନିଆପଡା ବ୍ଲକର ୨୫୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ।