ମୃତ୍ୟୁ ପରେ ଘୁରି ବୁଲୁଥିଲା ଦିବ୍ୟାଙ୍କ ଆତ୍ମା !

0

ମୁମ୍ବାଇ: ୯୦ ଦଶକରେ ବଲିଉଡର ସୁପରପହିଟ୍ ହିରୋଇନ୍ ଦିବ୍ୟା ଭାରତୀ । କ୍ୟୁଟ ଫେସ ଏବଂ ଅଭିନୟ ଯାଦୁରେ ଘାଇଲା ହେଉଥିଲେ ଦର୍ଶକ । ଦକ୍ଷିଣ ଭାରତରୁ ଆରମ୍ଭ କରି ମୁମ୍ବାଇ ପଯ୍ୟର୍ନ୍ତ ଚମକିଥିଲେ ଏହି ଅଭିନେତ୍ରୀ । ବହୁ କମ ବୟସରେ ସେ ଛୁଇଁଥିଲେ ସଫଳତାର ଶୀର୍ଷକୁ । କିନ୍ତୁ ତାଙ୍କର ଏହି ସଫଳତା ବୋଧହୁଏ ନିୟତିକୁ ମଞ୍ଜୁର ନଥିଲା । ଖୁବ୍ କମ୍ ବୟସରେ ସମସ୍ତୁଙ୍କୁ ଛାଡି ସେ ଚାଲିଯାଇଥିଲେ । ସେ କାଳଦିନ ଦିନଥିଲା ୫ ଏପ୍ରିଲ ୧୯୯୩ । କିନ୍ତୁ ତାଙ୍କ ମୃତ୍ୟୁ ପରେ ଏବେ କେତେକ ରୋଚକ କଥା ତାଙ୍କ ସମ୍ପର୍କରେ ଆଲୋଚନାହୁଏ । ଯାହା ବଲିଉଡ କଳାକାରମାନଙ୍କ ମନରେ ଅନେକ ସମୟରେ ଭୟ ସଚାଂର କରିଥାଏ । କାରଣ ଏବେ ବି ଚର୍ଚା ହେଉଛି, ଦିବ୍ୟାଙ୍କ ଆତ୍ମା ବଲିଉଡରେ ଘୁରି ବୁଲୁଛି ବୋଲି ।

ସଫଳତାର ଶୀର୍ଷରେ ଥିବା ବେଳେ ହଠାତ୍ ଦିନେ ଆସିଥିଲା ଦିବ୍ୟାଙ୍କ ମୃତ୍ୟୁ ଖବର । ଯାହା ଏବେ ସୁଦ୍ଧା ହତ୍ୟା ନା ଆତ୍ମହତ୍ୟା ରହସ୍ୟ ହୋଇ ରହି ଯାଇଛି । ଦିବ୍ୟାଙ୍କ ମୃତ୍ୟୁପରେ ଚର୍ଚ୍ଚା ହେଲା ତାଙ୍କ ଆତ୍ମା ଫିଲ୍ମ ଇଣ୍ଡଷ୍ଟ୍ରିରେ ଘୁରି ବୁଲିଛି । ଯେଉଁ କାମକୁ ଅଧା ଛାଡି ଯାଇଛନ୍ତି ତାକୁ ପୁରା କରିବାକୁ ଚାହୁଁଛନ୍ତି । ଆହୁରି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଲା, ଯେତେବେଳେ ଲାଡଲା ର ଫିଲ୍ମର ସୁଟ ଚାଲିଥିଲା । ଲାଡଲା ଫିଲ୍ମରେ ଶ୍ରୀଦେବୀଙ୍କ ପୂର୍ବରୁ ଦିବ୍ୟାଙ୍କୁ ଫିଲ୍ମର ନାୟିକା ଭାବେ ନିଆଯାଇଥିଲା । କିନ୍ତୁ ଦିବ୍ୟାଙ୍କ ମୃତ୍ୟୁପରେ ତାଙ୍କ ସ୍ଥାନରେ ଶ୍ରୀଦେବୀଙ୍କୁ ନିଆଯାଇଥିଲା । ଏହି ଫିଲ୍ମର ସୁଟିଙ୍ଗ ବେଲେ କେତେକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ମାନକୁ ଆସିଥିଲା । ଯାହା ସେଠାରେ ଥିବା ସମସ୍ତଙ୍କୁ ଭୟଭୀତ କରାଇଥିଲା ।

ଏକ ଡାଇଲଗ୍ କହିବା ସମୟରେ ଦିବ୍ୟା ଯେଉଁ ଜାଗାରେ ଅଟକି ଯାଉଥିଲେ। ଶ୍ରୀଦେବୀ ମଧ୍ୟ ସେ ଯାଗାରେ ନ ଚାହିଁ ଅଟକି ଯାଉଥିଲେ । ପରେ ନିର୍ଦେଶକ ଗାୟତ୍ରୀ ମନ୍ତ୍ର ଯପକରି ପୂଜା କଲାପରେ ଆରମ୍ଭ ହୋଇଥିଲା ଫିଲ୍ମର କାମ ।ବିଭିନ୍ନ ସମୟରେ ମୋ ଝିଅ ଅଧ ରାତିରେ ସ୍ୱପ୍ନରେ ଆସିଥାଏ । ଯେଉଁ ଦିନ ମୋର ସକାଳୁ ଉଠିବାର ଥାଏ ମୋ ଝିଅ ସ୍ୱପ୍ନରେ ଆସିଥାଏ ଉଠାଇ ଦେଇଥାଏ ମୋତେ । ଏଭଳି ଭାବେ ମୋ ଝିଅ ଅନେକ ଥର ମୋ ଆଗରେ ଚାଲି ଯିବାର ଭଳି ମୋତେ ଅନୁଭବ ମଧ୍ୟ ହୋଇଥାଏ ବୋଲି କହିଛନ୍ତି, ଦିବ୍ୟାଙ୍କ ମା’ ନୀତା ।ଦିବ୍ୟାଙ୍କ ପତି ସାଜିଦ ନାଡିୱାଲଙ୍କ ତାଙ୍କ ସମ୍ପର୍କରେ ଏଭଳି ସମାନ ମତ ପୋଷଣ କରିଛନ୍ତି । ସେ ମଧ୍ୟ ଦିବ୍ୟାଙ୍କୁ ଅନେକ ସମୟରେ ରାତିିରେ ଛାଇ ଭଳି ଦେଖିଥାନ୍ତି ବୋଲି କହିଛନ୍ତି ।ତେବେ ଦିବ୍ୟାଙ୍କ ମୃତ୍ୟୁ ପରେ ଏଭଳି ଅନେକ କଥା ଆଲୋଚନା ହେଉଥିଲେ ମଧ୍ୟ ତାହା କେତେ ଦୂର ସତ୍ୟ, ତାହା ଜଣା ନାହିଁ ।